State

କଣ୍ଟାମାଳ ବ୍ଳକରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ!

 

କଣ୍ଟାମାଳ, ୭/୧/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ଓ ବିଡିଓ ସାମିଜୟଶ୍ରୀ ରେଡ୍ଡି ଧୂପ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା ପରେ ଅକ୍ଷତ ଚାଉଳ ଅର୍ପଣ କରି ଗ୍ରାମ୍ୟ ପରିକ୍ରମା ନିମନ୍ତେ ଶୁଭାରମ୍ଭ କରିଛନ୍ତି। ବିଡିଓ ଶ୍ରୀମତୀ ରେଡ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ତଥା ଡବ୍ଲୁଇଓ ଜ୍ୟୋତି ରଂଜନ ବେହେରାଙ୍କ ସଂଯୋଜନାରେ ଗ୍ରାମ୍ୟ ପରିକ୍ରମା ନିମନ୍ତେ ଜଗନ୍ନାଥ ମନ୍ଦିରରୁ ଅର୍ପଣରଥ ବାହାରିବା ମାତ୍ରେ କଣ୍ଟାମାଳ ଗ୍ରାମବାସୀଙ୍କ ତରଫରୁ ମହିଳା ଓ ପୁରୁଷ କୀର୍ତ୍ତନ୍ୟମଣ୍ଡଳୀ ସହିତ ସମବେତ ମହିଳା ଓ ପୁରୁଷ ମାନେ ହରି ବୋଲ ଓ ହୁଳହୁଳି ସହିତ ଜୟ ଜଗନ୍ନାଥ ନାରା ଦେଇ ରଥକୁ ସ୍ୱାଗତ କରିଥିଲେ। ଘରେ ଘରେ ଦୀପ ପ୍ରଜ୍ଜଳନ କରି ରଥକୁ ସ୍ଵାଗତ କରି ଅକ୍ଷତ ଚାଉଳ ଅର୍ପଣ କରିଥିଲେ।ଏହି ସ୍ୱାଗତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଡିଓ ସାମି ଜୟଶ୍ରୀ ରେଡ଼ୀ, ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ସମେତ ଡବ୍ଲ୍ୟୁଇଓ ଜ୍ୟୋତିରଞ୍ଜନ ବେହେରା, ଇଞ୍ଜିନିଅର ଦିବ୍ୟ ଲୋଚନ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ, ପିଇଓ ଭୁଲେଶ୍ୱର ନାଗ, ଟୁଟୁ ରାଉତ ଏବଂ ବ୍ଲକକର୍ମଚାରୀ, ବ୍ଲକକ୍ଷେତ୍ର କର୍ମଚାରୀ, ମହିଳା ମିଶନ ଶକ୍ତି,ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା କଣ୍ଟାମାଳ ଗ୍ରାମବାସୀ ରଥ ପରିକ୍ରମାରେ ସହଯୋଗ କରିଥିଲେ!ସୋମବାରଠାରୁ କଣ୍ଟାମାଳ ବ୍ଳକର ତିନୋଟି ଜୋନରୁ ତିନୋଟି ଅକ୍ଷତ ରଥ ବାହାରି ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପରିବାରରୁ ଅକ୍ଷତ ଚାଉଳ ଗ୍ରହଣ କରି ଜଗନ୍ନାଥ ଧାମକୁ ପଠାଯିବ ବୋଲି ଅର୍ପଣ ରଥର ସଂଯୋଜନ ଜ୍ୟୋତି ରଂଜନ ବେହେରା ପ୍ରକାଶ କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button