State

ଶେଷରେ ସ୍ବେଛା୍ସେବୀ ଉଠେଇଲେ ତିର୍ତ୍ତୋଲ ବାଲିଯାତ୍ରାର ପଲିଥିନ

 ତିର୍ତ୍ତୋଲର ବହୁ ଚର୍ଚ୍ଚିତ ଚେଳିତୋଳ ବାଲିଯାତ୍ରା କୁ ଏକମାସ ବିତି ଯାଇଥିଲେ ବି ପଡିଆ ର ଏଣେ ତେଣେ ବହୁ ପଲିଥିନ ଦୀର୍ଘ ସମୟ ଧରି ପଡି ରହି
ପରିବେଶ କୁ ପ୍ରଦ୍ୟୁଷଣ କରି ରଖିଥିଲା ! ବାଲିଯାତ୍ରାର ସଭାପତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବାଲିଯାତ୍ରା ସରିବା ପରେ, ପରିବେଶ ପ୍ରତି ଆଉ ଧ୍ୟାନ ଦେଇ ପାରି ନାହାନ୍ତି କିମ୍ବା ତାଙ୍କର ଆନୁଗତ୍ୟ ମାନଙ୍କର ପ୍ରଚେଷ୍ଟା ବାଲିଯାତ୍ରା ପଡିଆର ସ୍ୱଛତା ପ୍ରତି ଅଣଦେଖା ହୋଇ ରହି ଯାଇଥିଲା ! ଯାହାଫଳରେ ପରିତ୍ୟକ୍ତ ପଲିଥିନ ପବନରେ ଉଡିଯାଇ ବିକ୍ଷିପ୍ତ ଭାବେ ଚାରିଆଡେ ପଡିରହିଥିଲା !ବାହାଘର ପରେ ବେଦୀମୁହଁ ପୋଡା ପରି ଅବହେଳିତ ଅବସ୍ଥାରେ ଥିବା ଚେଳିତୋଳ ବାଲିଯାତ୍ରା ପଡିଆର ଦୁର୍ଦ୍ଦଶା ଦେଖି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ସମନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ଶିରସ୍ତା ଗ୍ରାମସ୍ଥିତ ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ ର ପ୍ରାୟ ୩୫ ଜଣ ସ୍ବେଛାସେବୀ ମାନେ ଏବେ ପଲିଥିନ ଗୋଟାଇ ପରିବେଶକୁ ସ୍ୱଚ୍ଛ ରଖିବାରେ ସହାୟକ ହୋଇଛନ୍ତି !ସ୍ୱଛତା ଦିଗକୁ ଆଉ ପାଦେ ଆଗେଇ ଯୁବ ସମାଜ ମଦ୍ୟପାନ ତ୍ୟାଗକରି,ଏହିପରି କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି !ପରିଷଦ ତରଫରୁ ସଭାପତି ସତ୍ୟ ରଞ୍ଜନ ସାହୁ, ସଦସ୍ୟ ରଞ୍ଜିତ କୁମାର ସାହୁ ଏବଂ ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ସାହୁ ଙ୍କ ସମେତ ପ୍ରାୟ ୩୫ ସଦସ୍ୟ ବିଶିଷ୍ଟ ଟିମ୍ ଏହି ପରିବେଶ ବିଶୁଦ୍ଧକରଣ କାର୍ଯ୍ୟରେ ନିଜକୁ ସାମିଲ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button