State
ସଡ଼କ ଦୁର୍ଘଟଣା ଯୁବକ ଗୁରୁତର..


ହରଭଙ୍ଗା :06/01.ପୁରୁଣାକଟକ ଧଳପୁର ପୂର୍ତ୍ତ ରାସ୍ତାରେ ସଡ଼କ ଦୁର୍ଘଟଣା l ଦୁର୍ଘଟଣା ରେ ଯୁବକ ଗୁରୁତର l ବୌଦ୍ଧ ମୁଖ୍ୟ ଡାକ୍ତରଖାନା କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ l ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଜବଲପୁର ଗ୍ରାମର ସପନ ବେହେରା (21)ଏକ ବାଇକ ଯୋଗେ ପୁରୁଣାକଟକ -ଧଳପୁର ପୂର୍ତ୍ତରାସ୍ତା ରେ ଧଳପୁର କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଗାଡିର ସ୍ପିଡ଼ ଥିବାରୁ ଭାରସାମ୍ୟ ହରାଇ ଧଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଏକ ଘରକୁ ଧକ୍କା ଦେଇଥିଲା l ଫଳରେ ସପନ ର ମୁଁହ ମୁଣ୍ଡ ରେ ଆଘାତ ହେବା ସହିତ ଏକ ଗୋଡ଼ ଭାଙ୍ଗି ଯାଇ ଗୁରୁତର ହୋଇଥିଲା l ଗୁରୁତର ଅବସ୍ଥାରେ ସପନ କୁ 108ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି l




