କଳା ଆଇନ କୁ ବିରୋଧ କରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାରେ ଡ୍ରାଇଭର ମହାସଂଘ….

ହରଭଙ୍ଗା :06/01. ସାରା ଭାରତ ବର୍ଷ ରେ ଡ୍ରାଇଭର ମହାସଂଘ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ରେ ଓଲ୍ହାଇ ଛି lକେନ୍ଦ୍ର ସରକାରଙ୍କ କଳା ଆଇନ କୁ ବିରୋଧ କରି ଆଜି ତୃତୀୟ ଦିନରେ ଡ୍ରାଇଭର ମହାସଂଘ ସ୍ଟେରିଙ୍ଗ ଛାଡ଼
ଆନ୍ଦୋଳନ କରିଛନ୍ତି l ଦୁର୍ଘଟଣା ଜନିତ ମୃତ୍ୟୁ ନେଇ କେନ୍ଦ୍ର ସରକାର କରିଥିବା କଳା ଆଇନ 7ଲକ୍ଷ୍ୟ ଜୋରିମାନା ସହିତ 10ବର୍ଷ ଜେଲ ଦଣ୍ଡ କୁ ବିରୋଧ କରି ଓଡିଶା ଡ୍ରାଇଭର ମହାସଂଘ ଡାକରାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଡ୍ରାଇଭର ମହାସଂଘ ର ସହ ସହ ଡ୍ରାଇଭର ସ୍ଟେରିଙ୍ଗ ଛାଡି ଆଜି ରାଜ ରାସ୍ତାରେ ଶାନ୍ତିପୂର୍ଣ୍ଣ ଧର୍ମଘଟ କରିଛନ୍ତି l ଆଜି ଏହି ଧର୍ମ ଘଟ ତୃତୀୟ ଦିନରେ ପହଂଚିଥିବା ବେଳେ”ଡ୍ରାଇଭର ଏକତା ଜିନ୍ଦାବାଦ”ଜୟ ଜଗନ୍ନାଥ, “ରାଜ୍ୟ ହେଉବା କେନ୍ଦ୍ର ସରକାର ଆମ ପାଇଁ ସବୁ ବେକର “ଭଳି ନାରାବାଜି ଦେଇଥିଲେ l ଆଗାମୀ ଦିନରେ ଡ୍ରାଇଭର ଙ୍କୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ଦସ ଦଫା ଦାବି ନ ଶୁଣିଵା ପର୍ଯ୍ୟନ୍ତ ଓ କେନ୍ଦ୍ର ସରକାର କଳା ଆଇନ ନ ଉଠାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ର ସଭାପତି ସୂଚନା ଦେଇଛନ୍ତି l ଅନ୍ୟ ପଟେ ଡ୍ରାଇଭର ଆନ୍ଦୋଳନ ହେଉଥିବାରୁ ହରଭଙ୍ଗା ବ୍ଲକ ର ପ୍ରତ୍ୟକ ଧାନ ମଣ୍ଡି ରୁ ଧାନ ଉଠିନ ପାରିବାରୁ ସବୁ ମଣ୍ଡିରେ ହଜାର ହଜାର କ୍ଯୁ୍ଇଣ୍ଟାଲ ଧାନ ଗଦା ହୋଇ ପଡିଛି ଓ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି l ଯାତ୍ରୀ ମନେମଧ୍ୟ ବହୁ ହଇରାଣ ପାଉଥିବାର ଦେଖିବାକୁ ମିଳୁଛି l




