ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ରଣହୁଙ୍କାର, ଷ୍ଟିଅରିଂ ଛାଡ ଆନ୍ଦୋଳ ଜାରୀ।


– କେନ୍ଦ୍ର ସରକାରଙ୍କ ଡ୍ରାଇଭର ମାରଣ କଳା ନିୟମ କୁ ବିରୋଧ କରି ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘ ଡାକରାରେ ବଡଚଣା ବ୍ଲକ୍ ଛତିଆ ଶାଖା ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଛତିଆ ସ୍ଥିତ ଚୁଆ ପଡିଆ ନିକଟରେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯାଇଛି।
ବ୍ଲକ୍ ସଭାପତି ଆଲୋକ ଦାସ, ଜିଲ୍ଲା ସଭାପତି ମାନସ ଦେବତା,ଉପସ୍ଥିତ ଥିବା ବେଳେ, ବଡ଼ଚଣା ବ୍ଲକ ର ୧୮ ଗୋଟି ପଞ୍ଚାୟତ ପକ୍ଷରୁ ଶତାଧିକ ଡ୍ରାଇଭର ମାନେ ଯୋଗ ଦେଇଥିଲେ,ଛତିଆ ଶାଖାର କାର୍ଯ୍ୟକାରୀ ସଭାପତି କାଳନ୍ଦି ବେହେରା, ସଂଯୋଜକ ବିଶ୍ୱଜିତ୍ ସିଂ , ଉପଡେ଼ଷ୍ଟା ଲୋକନାଥ ପୁରୀ, କୋଷାଧ୍ୟକ୍ଷ ଗୌତମ ପତି, ବ୍ଲକ୍ ଉପସଭାପତି ସଞ୍ଜୟ କୁମାର ଓଝା ନେତୃତ୍ୱରେ ଶତାଧିକ ଡ୍ରାଇଭର ମାନେ କେନ୍ଦ୍ର ସରକାରଙ୍କ ନୂତନ ଆଇନ କୁ ପ୍ରତ୍ୟାହାର କରାଯିବା ଦାବି କରିବା ସହିତ ତୀବ୍ର ନାରାବାଜି କରି ଥିଲେ।
ଆଗାମୀ ଦିନରେ ଯଦି ସରକାର ଏହି କଳା କାନୁନ୍ ର ପ୍ରତ୍ୟାହାର ନ କରନ୍ତି ବା,ତେବେ ଏହି ଆନ୍ଦୋଳନ କୁ ରାଜ୍ୟ ବ୍ୟାପୀ ତୀବ୍ରତର କରା ଯିବା ସହିତ ପରିବହନ ବ୍ୟବସ୍ଥାକୁ ଅଚଳ କରିଦିଆଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ।




