State

ନିଜ ରେକର୍ଡ ଜମିରେ ପାଚେରୀ ନିର୍ମାଣ କରୁଥିବା ବେଳେ ବେ ଆଇନ୍ ଭାବେ ଭଙ୍ଗାରୁଜା, ଧର୍ମଶାଳା ଥାନାରେ ଅଭିଯୋଗ।

 

 

ନିଜ ରେକର୍ଡ ଜମିରେ ପାଚେରୀ ନିର୍ମାଣ କରୁଥିବା ବେଳେ ବେ ଆଇନ୍ ଭାବେ କରୁଛନ୍ତି ଭଙ୍ଗାରୁଜା,ନ୍ୟାଜୟ ପାଇଁ ଧର୍ମଶାଳା ଥାନାରେ କଲେ ଲିଖିତ ଅଭିଯୋଗ। ଅଭିଯୋଗ କରି ହେଲେ ତକିର ଅହମ୍ମଦ ଖାଁ, ପି ସହବୁଦ୍ଦୋନ ଖାଁ ,ଗ୍ରାମ ମିଲତ ନଗର , ନେଉଳ ପୂର୍ ଥାନା ଧର୍ମଶାଳା, ତାଙ୍କ ନିଜ ରେକର୍ଡ ଜମିରେ ପାଚେରୀ ନିର୍ମାଣ କରୁଥିବା ବେଳେ, ପଡିଶା ଘର ଅନ୍ସର, ମଦୋ, ଜା ନୀ,ଅବଦୁଲ୍,କଟଲୁ ଙ୍କ ସମେତ କିଛି ବ୍ୟକ୍ତି ହଠାତ୍ ଆସି ତକିର୍ ଅହମ୍ମଦ ଖାଁ କୁ ଗାଳି ଗୁଲଜ କରିବା ସହିତ ତାଙ୍କ ପାଚେରୀ କୁ ଭାଙ୍ଗି ଦେଇ ଥିବା ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ।ତେବେ ତକିର ଙ୍କୁ ଜୀବନ ମାରି ଦେବୁ ବୋଲି ଧମକ ମଧ୍ୟ ଦେଇ ଥିଲେ।

ସୂଚନା ଥାଉ କି, ଜମି ମାଲିକ ତକିର ଅହମ୍ମଦ ଖାଁ ସେହି ଜମିକୁ ୨୦୧୭ ମସିହାରେ କାଞ୍ଚନ ବଳା ରାଉତ, ବୟସ 44, ସ୍ବାମୀ ପ୍ରଶାନ୍ତ କୁମାର ରାଉତ,ଗ୍ରାମ ସୁଙ୍ଗୁଡ଼ା, ଥାନା ବଡ଼ଚଣା ଙ୍କ ନିକଟରୁ କିଣିଥିଲେ। କିନ୍ତୁ ପଡିଶା ଅନ୍ସର ଙ୍କ ଉଦ୍ଦେଶ୍ୟ ମୂଳକ ଭାବେ ଗଣ୍ଡଗୋଳ କରି ସେହି ପାଚେରୀକୁ ଭାଙ୍ଗି ଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠନ ଲାଗି ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ତକିର ଖାଁ, ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

 

Related Articles

Back to top button