ସଡ଼କ ସୁରକ୍ଷା ସଚେତନତ।ସପ୍ତାହ


କଣ୍ଟାପଡ଼ା ବ୍ଳକ ସରକାରଙ୍କ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ଅଡଶପୁରର ତ୍ରିଛକି ମା ନାରାୟଣୀ ଅଟୋ ଷ୍ଟାଣ୍ଟ ପାଖରେ ଆୟୋଜନ କରାଯାଇଥିଲା । ଏଥିରେ ସରକାରଙ୍କ ତରଫରୁ ନାଚ, ଗୀତ, ଅଭିନୟ ମାଧ୍ୟମରେ ସଚେତନ କରାଇଥିଲେ । ସଡ଼କରେ ଯାନବାହନ ନେଇ ଯାତାୟତ କଲାବେଳେ କେମିତି ଦୁର୍ଘଟଣାର ସମ୍ମୁଖିନ ହେବେ ସେଥି ନେଇ ଏହି କାର୍ଯ୍ୟକ୍ରମଟି ଲୋକଙ୍କ ପାଖରେ କେମିତି ପହଞ୍ଚିପାରିବ ଏବଂ ଲୋକମାନଙ୍କୁ ଏ ବିଷୟରେ କିଭଳି ଭାବରେ ସଚେତନ କରାଇ ସେମାନଙ୍କୁ କିଭଳି ଭାବରେ ସୁରକ୍ଷିତ କରାଯାଇପାରିବ ସେ ନେଇ ଗୀତ , ନାଚ, ଅଭିନୟ ମାଧ୍ୟମରେ ସଚେତନା ଦିଆଯାଇଥିଲା । ଲୋକମାନଙ୍କ ଭିଡ ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମଟି ଦଶ ମିନିଟ ପାଇଁ ଚାଲିଥିଲା ଏଥିରେ ଅଡଶପୁର ମା ନାରାୟଣୀ ଅଟୋଷ୍ଟାଷ୍ଟର ଅଟୋ ଚାଳକ ମାନଙ୍କ ବିଶେଷ ଭୂମିକା ରହିଥିଲା । ଏଥିରେ ଅଟୋ ଚାଳକଙ୍କ ସ୍ରେକ୍ରେଟାରୀ_ବିଶ୍ଵଚରଣ ବିଶ୍ୱାସ କୋଷା ଦକ୍ଷ – ଅମୀୟ ସାହୁ ଏବଂ ନିରଞ୍ଜନ ଜେନା, ଦେବପ୍ରସାଦସେଠୀ, ବାବୁଲି ଜେନା, ସୁବ୍ରତ ବେହେରା, ବଗୁଲା ବେହେରା, ମିଟୁନା ନାୟକ ସହଯୋଗ କରିଥିଲେ। କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତ କଂ ରିପୋର୍ଟ ସମର୍ଥ ନିୟୁଜ-ଓଡ଼ିଶା




