Education

ପ୍ରାକ୍ତନ ପ୍ରଧାନଶିକ୍ଷକ,ବିଖ୍ୟାତ ବିଜ୍ଞାନ ଶିକ୍ଷକ ତଥା ଶିକ୍ଷାବିତ୍ ଶ୍ରୀକାନ୍ତ କୁମାର ବରାଳଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ପ୍ରାର୍ଥନା ସଭା ଅନୁଷ୍ଠିତ 

ଢେଙ୍କାନାଳ: ତା.୦୫.୦୧.୨୦୨୪ ରିଖ 🙁 )ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ, ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ,କାମାକ୍ଷାନଗର ଉଭୟର ପ୍ରାକ୍ତନ ବିଜ୍ଞାନ ଶିକ୍ଷକ,ସ୍କୁଲ ଏସ୍. ଆଇ,ମଙ୍ଗଳପୁର ହାଇସ୍କୁଲ ଓ ବଟ ବିହାରୀ ହାଇସ୍କୁଲ,ତରଭାର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ଶ୍ରୀକାନ୍ତ କୁମାର ବରାଳଙ୍କ ଦୁଃଖଦାୟକ ବିୟୋଗରେ ଏ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ,ଶିକ୍ଷକ ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦଙ୍କ ଦ୍ଵାରା ବିଦ୍ୟାଳୟର ପ୍ରାର୍ଥନା ସଭାରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଉଭୟଙ୍କର ଅତିପ୍ରିୟ ୧୯୮୦ ମସିହାର ପ୍ରାକ୍ତନ ଛାତ୍ର,ତାଙ୍କ ସହ ସହକର୍ମୀ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରି ନିଜ ଜୀବନରେ ଅର୍ଜନ କରିଥିବା ଅଭିଜ୍ଞତା ଓ ଅଭୁଲା ଅତୀତର ସ୍ମୃତିରାଜି ସବୁକୁ ରୋମନ୍ଥନ କରି ତାଙ୍କର ଜୀବନର ସୁଦୀର୍ଘ ଚଲାପଥ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବିଦ୍ୟାଳୟର ବରିଷ୍ଠ ସହକାରୀ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ନିଖିଳ ଓଡ଼ିଶା ସରକାରୀ ମାଧ୍ୟମିକ ଶିକ୍ଷକ

ସଂଘ,ଢେଙ୍କାନାଳ ଶାଖାର କୋଷାଧ୍ୟକ୍ଷ ଡ଼ା.ଦେବୀ ପ୍ରସାଦ ମିଶ୍ର ଦୃଢ଼ ମତ ବ୍ୟକ୍ତ କରିଥିଲେ। ତା.୨୦.୦୮.୧୯୫୩ ମସିହାରେ ଜନ୍ମିତ ଢେଙ୍କାନାଳ ଦକ୍ଷିଣକାଳି ନିବାସୀ ଶିକ୍ଷାବିତ ଶ୍ରୀକାନ୍ତ କୁମାର ବରାଳଙ୍କର ୦୪.୦୧. ୨୦୨୪ ରିଖ ରାତ୍ର ୨ଘଟିକା ୦୫ ମିନିଟ୍ ସମୟରେ ୭୧ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଯାଇଛି । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପ୍ରିୟତମା ପତ୍ନୀ ମୁକ୍ତାମଣି ବରାଳ,ଏକମାତ୍ର ପୁତ୍ର ପ୍ରୀତିରଞ୍ଜନ ବରାଳ,ପୁତ୍ରବଧୂ ସୂର୍ଯ୍ୟକାନ୍ତି ସାହୁ,ଏକମାତ୍ର କନ୍ୟା ପ୍ରିୟମ୍ବଦା ବରାଳ,ଜ୍ୱାଇଁ ଶିବାଜୀ ବିଶ୍ଵାଳ,ନାତୁଣୀ ପ୍ରତ୍ୟାଶା ଓ ଜିଜ୍ଞାସା ବରାଳ, ଶିଵପ୍ରିୟା ବିଶ୍ଵାଳ,ନାତି ଶ୍ରୀପ୍ରସାଦ ବିଶ୍ଵାଳ ଅନ୍ୟାନ୍ୟ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ତାଙ୍କର ମରଶରୀରକୁ ଏକ ଶବ ଶୋଭାଯାତ୍ରାରେ ବାଉଁଶମଡା ଗ୍ରାମ,କାଙ୍କଡ଼ପାଳ ପଞ୍ଚାୟତ ପରିକ୍ରମା କରାଯାଇ ଗ୍ରାମ୍ୟ ଶ୍ମଶାନ ବାଉଁଶମଡାଠାରେ ତାଙ୍କର ଶେଷକୃତ୍ୟ ସମ୍ପାଦନ କରାଯାଇଥିଲା। ଏଥିରେ ବଟବିହାରୀ ହାଇସ୍ଖୁଲ,ତରଭାର ପ୍ରଧାନ ଶିକ୍ଷକ ଇତିଶ୍ କୁମାର ବରାଳ, ଜ୍ଞାନାନନ୍ଦ ବରାଳ, ମନୋରଞ୍ଜନ ବରାଳ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ରତ୍ନାକର ସାହୁ,ପ୍ରଦୀପ ବରାଳ,ପ୍ରମୋଦ ବରାଳ, ଆଲୋକ ବରାଳ, ବୈକୁଣ୍ଠ ବରାଳ,ପ୍ରକାଶ ବରାଳ,ବିଶ୍ଵନାଥ ନାୟକ,ବିନୋଦ ବିହାରୀ ନାୟକ,ବିଶ୍ନୁଚରଣ ନାୟକ, ଚିନ୍ତାମଣି ନାୟକ,ବିଭୀଷଣ ନାୟକ,ରାଜୀବ ମହାରଣା, ରଣଜିତ୍ ମହାରଣା ଓ ସରପଞ୍ଚ ପ୍ରମୁଖ ଯୋଗଦାନ କରିଥିଲେ। ଏକମାତ୍ର ପୁତ୍ର ପ୍ରୀତିରଞ୍ଜନ ବରାଳ ମୁଖାଗ୍ନି ଦେଇଥିଲେ । ଜଣେ ବହୁମୁଖୀ ପ୍ରତିଭାର ପ୍ରତୀକ ପ୍ରଥମରେ ପ୍ରାଥମିକ ଶିକ୍ଷକ ଭାବରେ ଗୁରୁ ସୁଲେଇ,ଧଳପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ,ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ, କାମାକ୍ଷାନଗର,ଛେଣ୍ଡିପଦା ସି.ଟି.ସ୍କୁଲ,ପୌଢଶିକ୍ଷା କୋଅର୍ଡିନେଟର,ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରାକ୍ତନ ବିଜ୍ଞାନ ଶିକ୍ଷକ,ସ୍କୁଲ ଏସ୍. ଆଇ,ମଙ୍ଗଳପୁର ହାଇସ୍କୁଲ ଓ ବଟବିହାରୀ ହାଇସ୍କୁଲ, ତରଭାର ପ୍ରଧାନ ଶିକ୍ଷକ,ଲୋକପ୍ରିୟ ଗଣିତ ଓ ବିଜ୍ଞାନ ଶିକ୍ଷକ,ବରିଷ୍ଠ ଶିକ୍ଷାବିତ୍,ରାଜ୍ୟ ମାଧ୍ୟମିକ ସରକାରୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖାର ପ୍ରାକ୍ତନ ସଭ୍ୟ,ଢେଙ୍କାନାଳ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ପ୍ରାକ୍ତନ ସଭ୍ୟ,ପ୍ରଖ୍ୟାତ ହେତୁବାଦୀ,ବିଜ୍ଞାନ ମନସ୍କ ଲେଖକ, ପ୍ରାବନ୍ଧିକ,କବି,ସୁସାହିତ୍ୟିକ,ସେ ଜଣେ ଅତ୍ୟନ୍ତ,ଅମାୟିକ ସଦଗୁଣଧାରୀ,ସ୍ନେହୀ,ଉଦାରବାଦୀ,ପରୋପକାରୀ,ଜଣେ ନିଷ୍ଠାପର କର୍ମଜୀବୀ,ଧର୍ମପ୍ରାଣ ହେତୁବାଦୀ ବିଜ୍ଞାନମନସ୍କ ଶିକ୍ଷାବିତ୍ ପ୍ରବାଦ ପୁରୁଷ ଭାବରେ ଅନାକୃତିକୁ ଆକୃତି, ଅଦୃଶ୍ୟକୁ ଦୃଶ୍ୟ ଦେବାର ସର୍ବଜନାଦୃତ ଜଣେ ନିଆରା କାରିଗର ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ସମସ୍ତ ବକ୍ତା ମତପ୍ରକାଶ କରିଥିଲେ। ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବରିଷ୍ଠ ସହକାରୀ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ପ୍ରାକ୍ତନ ଶିକ୍ଷକ ଓ ବର୍ତ୍ତମାନର ଅତିଥି ଶିକ୍ଷକ ସୁଭାଷ କୁମାର ନନ୍ଦ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଓ ବର୍ତ୍ତମାନର ଅତିଥି ଶିକ୍ଷକ ବିନୋଦ କୁମାର ରାଉତ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ

ତ୍ରିପାଠୀ,ବିରଞ୍ଚି ନାରାୟଣ ମିଶ୍ର,ସନାତନ ମିଶ୍ର, ପ୍ରାକ୍ତନ ଶିକ୍ଷକ ସୁଶାନ୍ତ କୁମାର ସାହୁ,ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ସୁନିତାବାଳା ଷଡ଼ଙ୍ଗୀ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,ଦିପ୍ତିଶ୍ କୁମାର ଶତପଥୀ,କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା, ଭୂପେନ୍ଦ୍ର ସିଂ ମାଝୀ,କିରଣ କଣ୍ଟା,ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା,ଅନିତା ସାହୁ, ସ୍ମିତା ପଟ୍ଟନାୟକ,କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା, ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ଓ ବଟ ବିହାରୀ ହାଇସ୍କୁଲ,ତରଭାର ପ୍ରଧାନ ଶିକ୍ଷକ ଇତିଶ୍ କୁମାର ବରାଳଙ୍କ ଆବାହକତ୍ବ ଓ ସଭାପତିତ୍ବରେ ଅନୁଷ୍ଠିତ ଶୋକ ସଭାରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସରୋଜ କୁମାର ଦାଶ,ସନ୍ତୋଷ କୁମାର ପାଣିଗ୍ରାହୀ,ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ନଟବର ବିଶ୍ଵାଳ, ସୌଦାମିନୀ ସ୍ମୃତି ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷୟିତ୍ରୀ ସୌଦାମିନୀ ଦଲେଇ,ଅର୍ଚ୍ଚନା ବେହେରା,ସୁଶ୍ରୀ ଶୁଭସ୍ମିତା ବେଉରା,ଆରତୀ ମହାନ୍ତି,ଅର୍ଚ୍ଚନା ସାହୁ,ଦେବାଶିଷ ମାଝୀ,ଡି.କେ.ଏମ୍.ଭୂୟା, କାର୍ଯ୍ୟାଳୟ ସହକାରୀ ସରୋଜ କୁମାର ଧଳ ଓ ଅରବିନ୍ଦ ସ୍ଵାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ପ୍ରାକ୍ତନ ପ୍ରଧାନଶିକ୍ଷକ,ବିଖ୍ୟାତ ବିଜ୍ଞାନ ଶିକ୍ଷକ ତଥା ଶିକ୍ଷାବିତ୍ ଶ୍ରୀକାନ୍ତ କୁମାର ବରାଳଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ,ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ଗଭୀର ଶୋକ ପ୍ରକାଶ କରିଛନ୍ତି।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button