State

ରୁଗୁଡ଼ିପାଲିସ୍ଥିତ ମାନବ ସେବା ସଦନର ପ୍ରଥମ ବାର୍ଷିକୋତ୍ସବ,

 

ରୁଗୁଡ଼ିପାଲିସ୍ଥିତ ମାନବ ସେବା ସଦନର ପ୍ରଥମ ବାର୍ଷିକୋତ୍ସବ,

ମାନବ ସେବା ଏକ କଠୋର ନିଷ୍ପତ୍ତି, ସେବା ପାଇଁ ମନ, ଧନ ଓ ତନ ଆବଶ୍ୟକତା ରହିଛି-ମୂଖ୍ୟବକ୍ତା ।

 

କଣ୍ଟାମାଳ, ୪/୧/୨୪(ପ୍ରଭାତ କୁମାର ସାହୁ) ମାନବ ସେବା ଏକ କଠୋର ନିଷ୍ପତ୍ତି । ମାନବ ସେବା କରିବାକୁ ହେଲେ ତନ-ମନ-ଧନର ଆବଶ୍ୟକତା ରହିଛି। ଯଦି ଏହି ତିନୋଟି କାରଣରୁ ଗୋଟିଏ ମଧ୍ୟ ଉଣାହେଲେ ମାନବ ସେବା ତିଷ୍ଠି ପାରିବ ନାହିଁ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧୀନ ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ସତସଙ୍ଗ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ରୁଗୁଡ଼ିପାଲିର ମାନବ ସେବା ସଦନ ଦ୍ଵାରା ଆୟୋଜିତ ପ୍ରଥମ ବାର୍ଷିକୋତ୍ସବରେ ମୂଖ୍ୟବକ୍ତା ଭାବେ ଆମ୍ବଗାଁ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବରାଜ ସାହୁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବ୍ଳକ ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ, ମୂଖ୍ୟବକ୍ତା ଭାବେ ଦେବରାଜ ସାହୁ ଓ ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ସିଆରସିସି କାର୍ତ୍ତିକେଶ୍ଵର ବେହେରା , ସମାଜସେବୀ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇ ଆନୁଷ୍ଠାନିକଭାବେ ଉତ୍ସବକୁ ଉଦଘାଟନ କରି ପ୍ରଭୁ ଜଗନ୍ନାଥଙ୍କଠାରେ ଦୀପ ପ୍ରଜ୍ବଳନ ପରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।ମାନବ ସେବା ସଦନର ସଭାପତି ବଳରାମ ବାଘଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ସଂପାଦକ ବଂଶୀଧର ମାଝୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନବ ସେବା ଭଳି କଠୋର ନିଷ୍ପତ୍ତି ଗ୍ରହଣ କରିଥିବା ବିବରଣୀରେ ଉଲ୍ଲେଖ କରିଛନ୍ତି। ତତସହିତ ସମସ୍ତ ଅତିଥି ମାନବ ସେବାର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିବା ସହିତ ଏହା କିପରି ସୁଦୃଢ ହେବା ନେଇ ବକ୍ତବ୍ୟ ରଖିଥିଲେ। ଉକ୍ତ ଉତ୍ସବରେ ବିଭିନ୍ନ ଜିଲ୍ଲାର ମାନବ ସେବା ଭଳି ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ଅନୁଷ୍ଠାନକୁ ଓ ରକ୍ତ ଦେଇ ଜୀବନ ବଞ୍ଚାଇଥିବା ଭଳି ଉଲ୍ଲେଖନୀୟ ସ୍ଵେଚ୍ଛାକୃତ ରକ୍ତବାତାଙ୍କୁ ଅନୁଷ୍ଠାନ ତରଫରୁ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ଉପଢୌକନ ଦେଇ ସମ୍ମାନୀତ କରିଥିଲେ ଓ ଅନୁଷ୍ଠାନ ତରଫରୁ ଅସହାୟ ବୃଦ୍ଧବୃଦ୍ଧା ଓ ବିକଳାଙ୍ଗଙ୍କୁ କମ୍ବଳ ପ୍ରଦାନ କରିଥିଲେ।ଅନୁଷ୍ଠାନର ସଦସ୍ୟ ସଂଜୀବ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ସଦସ୍ୟ ସୁଶାନ୍ତ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ।ସଭା ପୂର୍ବରୁ ମସିଣାଗୋରା ଶିଶୁ ମନ୍ଦିରର ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିବା ସ୍ଥଳେ ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରକଣ୍ଟାମାଳର ପ୍ରଗତୀ ଅନୁଷ୍ଠାନର ବୁଲବୁଲି,ନୂଆଁପାଲି ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ଗୁପ ଡ୍ୟାନ୍ସ ଓଅଞ୍ଚଳର କୁନି କୁନି ଝିଅ ପୁଅଙ୍କ ଦ୍ଵାରା ନାଚ ଗୀତ ଆୟୋଜନ କରାଯାଇଥିଲା ଯାହା ଉପସ୍ଥିତ ଦଶିକଙ୍କୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିମୋହିତ କରିଥିଲା। ଉକ୍ତ ଉତ୍ସବରେ ଅତିଥିଭାବେ ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, କଂଗ୍ରେସର ବରିଷ୍ଠ ନେତା ପ୍ରଶାନ୍ତ ସାହୁ, ସମାଜସେବୀ ସତ୍ୟନାରାୟଣ ମାଝୀ, ସୁଶାନ୍ତ ମାଝୀ, ଦେବେନ୍ଦ୍ର କୁଦେଇ, ଅଭିରାମ ରଣା, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଉପାଧ୍ୟକ୍ଷ ଅଜିତ ସାହୁ, ସାମ୍ବାଦିକ ପ୍ରଭାତ ସାହୁ, ରଂଜନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button