State
ମିଠା ବ୍ୟବସାୟୀ ଇନ୍ଦ୍ର ମଣି ସାହୁ ଙ୍କର ଗତକାଲି ତାଙ୍କ ନିଜ ଗ୍ରାମ ରାମପୁର ଠାରେ ପରଲୋକ


ଚମ୍ପାପୁର ପଂଚାୟତ ପ୍ରାଣନାଥ ପୁର ଇନ୍ଦ୍ର ବଜାର ର ମିଠା ବ୍ୟବସାୟୀ ଇନ୍ଦ୍ର ମଣି ସାହୁ ଙ୍କର ଗତକାଲି ତାଙ୍କ ନିଜ ଗ୍ରାମ ରାମପୁର ଠାରେ ପରଲୋକ ହୋଇଯାଇଅଛି, ବାର୍ଦ୍ଧକ୍ୟ ଜନିତ ରୋଗ ରେ ଆକ୍ରାନ୍ତ ହୋଇ ସେ ଦୀର୍ଘ ଦିନ ହେବ ଶଯ୍ୟା ସାଇ ଥିଲେ, ମର ଶରୀର କୁ ଗ୍ରାମ ସ୍ମଶାନ ରେ ଦାହ କରାଯାଇଥିଲା, ପୁତ୍ର ଅନନ୍ତ ମୁଖାଗ୍ନି ଦେଇଥିଲେ, ସ୍ବର୍ଗତ ସାହୁ ଥିଲେ ଜଣେ ଅତ୍ୟନ୍ତ ମେଳାପୀ ସଚୋଟ ଓ ଅମାୟିକ ବ୍ୟକ୍ତି, ଗ୍ରାମର ବିଭିନ୍ନ ଅନୁଷ୍ଠାନ ସହ ସେ ଉତ୍ତପ୍ରତ ଭାବରେ ଜଡିତ ଥିଲେ ତେଣୁ ତାଙ୍କ ମୃତ୍ୟୁ ଖବର ଶୁଣି ନେଳିଆ ପଂଚାୟତ ସରପଞ୍ଚ ଜୟନ୍ତୀ ସ୍ୱାଇଁ ସମାଜସେବୀ ଉଦ୍ଧବ ସାମଲ ମାଧବ ସାମଲ କୈଳାସ ପ୍ରଧାନ ପ୍ରଦୀପ ପ୍ରଧାନ ବଂଶୀଧର ସାମଲ ସରୋଜ ସାମଲ ହାଡିବନ୍ଧୁ ସାମଲ ପ୍ରାକ୍ତନ ସରପଞ୍ଚ ଭୁବନାନନ୍ଦ ରାଉତ ତଥା ଇନ୍ଦ୍ର ବଜାର ର ସମସ୍ତ ବ୍ୟବସାୟୀ ଭାଇ ମାନେ ରାମପୁର ସ୍ଥିତ ବାସ ଭବନ ରେ ପହଂଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମ ବେଦନା ଜଣାଇଥିଲେ,




