ହରିହରଯୋର ଠାରେ ଇକୋ ଟୁରିଜିମ ପ୍ରକଳ୍ପ ଶୁଭାରମ୍ଭ


-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ହରିହରଯୋର ଡ୍ୟାମ ଠାରେ ସୁବର୍ଣ୍ଣପୁର ବନଖଣ୍ଡ ଦ୍ୱାରା ନିର୍ମିତ ଇକୋ ଟୁରିଜିମ ପ୍ରକଳ୍ପ ଆଜି ମୁଖ୍ୟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ଆର. ସି. ସି. ଏଫ ଅଶ୍ଵିନୀ କୁମାର କର ଓ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଅଛି l ପ୍ରକାଶଥାଉକି ଜିଲ୍ଲା ତଥା ସୁବର୍ଣ୍ଣପୁର ବନଖଣ୍ଡରେ ଏହା ଏକ ମାତ୍ର ଇକୋ ଟୁରିଜିମ ପ୍ରକଳ୍ପ ଏଠାରେ ବୋଟିଙ୍ଗ ସୁବିଧା ସହ ବିଶ୍ରାମଗାର, ପିକନିକ ସ୍ପଟ,ଶୌଚାଳୟ, ଯାନବାହାନ ପାର୍କିଂ ବ୍ୟବସ୍ତା ସହ ପର୍ଯ୍ୟଟକ ମାନଙ୍କ ସମସ୍ତ ସୁବିଧା ମିଳିପାରିବ l ଡ୍ୟାମ ମଧ୍ୟରେ ନୌକା ବିହାର କରି ପ୍ରକୃତିର ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାର ସୁବିଧା ସୁଯୋଗ ଉପଲବ୍ଧ କରାଯାଇଅଛି lସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା, ଏସିଏଫ ଗିରିଧାରୀ ନାଗ, ଏସିଏଫ ଅବିନାଶ ବରିହା, ବନାଞ୍ଚଳ ଅଧିକାରୀ ସଂଜୀବ କୁମାର ରାଉତ,ଯାଲୋଏ ବନପାଳ ପ୍ରଦୀପ କୁମାର ଜେନା,ବନରକ୍ଷୀ ରଘୁମଣି ଭୋଇ ଙ୍କ ସମେତ ବନବିଭାଗ ର ସମସ୍ତ କର୍ମଚାରୀ ଙ୍କ ସମେତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨ୟ ଉଲୁଣ୍ଡା,ଓଏଫସଡିପି ଏବଂ ପି -ଏନଜିଓ ର ସମସ୍ତ କର୍ମଚାରୀ, ସମେତ ଅଞ୍ଚଳବାସୀ ଉପସ୍ଥିତ ରହି ଇକୋ ଟୁରିଜିମ ଉଦଘାଟନ କରିବା ସହ ନୌକା ବିହାର କୁ ଉପଭୋଗ କରିଥିଲେ l ଅଂଚଳରେ ପ୍ରଥମ ଇକୋ ଟୁରିଜିମ ପ୍ରକଳ୍ପର ଶୁଭାରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି l
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




