State

ନୂଆ ବର୍ଷ କାହାପାଇଁ ହସ ଆନନ୍ଦ ତ ଆଉ କାହାପାଇଁ ସର୍ବନାଶ ର ଫାନ୍ଦ !


ତିର୍ତ୍ତୋଲ –: ନୂତନ ବର୍ଷ ଆସିଲେ ସମସ୍ତଙ୍କ ମନରେ ନବଉନ୍ମାଦନା ଜାଗ୍ରତ ହୋଇଥାଏ !କିଏ ପିକନିକ ମନାନ୍ତି ତ କିଏ ତୀର୍ଥ ପର୍ଯ୍ୟଟନ କରିଥାନ୍ତି ! ଆଉ କେହି ମଟନ ଚିକେନ ର ଭୋଜିରେ ମସଗୁଲ ହୋଇଯାନ୍ତି ! କିନ୍ତୁ ଏଇ ନବବର୍ଷର ମାହୋଲ କାହାପାଇଁ ଖୁସୀ ଆନନ୍ଦ ତ କାହାପାଇଁ ବିନାଶର ଫାନ୍ଦ ନେଇ ଆସିଥାଏ !ଯେମିତି ବରିଷ୍ଠ ସାମ୍ବାଦିକ ନକ୍ଷେତ୍ର ନ୍ୟୁଜ ରିପୋର୍ଟର ପ୍ରମୋଦ ଦାସ ନବବର୍ଷର ଆନନ୍ଦ ମନେଇବାକୁ ଘରୁ ଆସି ଆଉ ଘରକୁ ଫେରି ନଥିଲେ !ଆଉ ଯେତେବେଳେ ଫେରିଲେ ସେତେବେଳେ ସାଥିରେ _ନବବର୍ଷର_ ଉପହାର ନଥିଲା ! ଥିଲା ଖାଲି ଦୁଃଖ ଆଉ ହୃଦୟ ବିଦାରକ ଯନ୍ତ୍ରଣା ! ଯେଉଁ ଯନ୍ତ୍ରଣା ସ୍ତ୍ରୀର ମଥାରୁ ସିନ୍ଦୁର ଛଡେଇ ନେଇଗଲା !
ପିଲାମାନଙ୍କୁ ବାପାଛେଉଣ୍ଡ କରି ଦେଇ ଗଲା !ଆଉ ବାପା ମାଆ ଙ୍କ ସ୍ୱପ୍ନରେ ଅଗ୍ନି ଲଗେଇ ଦେଲା !ପଡ଼ାପଡୋଶୀ, ସାଙ୍ଗସାଥି, ବନ୍ଧୁବାନ୍ଧବ, ଆତ୍ମୀୟ ସୋଦର ମାନଙ୍କ ଆଖିରେ ଦେଇଗଲା ଲୋତକର ଧାର ! ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ( ହୁକୁଟୋଲା ) ଗ୍ରାମରେ !ନବବର୍ଷର ଆମନ୍ତ୍ରଣରେ ସାମ୍ବାଦିକ ପ୍ରମୋଦ ଦାସ ଏରସମା ଠାରେ ସାମ୍ବାଦିକ ସଂଗଠନ ସହିତ ଯୋଗଦେଇ ସମ୍ବର୍ଦ୍ଧିତ ହୋଇ ଭୋଜି ଖାଇ ରାହାମା ଫେରିଥିଲେ !
ସେଠାରେ ମଧ୍ୟ ଭୋଜି ଆସର ସରୁ ସରୁ ରାତି ପ୍ରାୟ ଦଶଟା ବାଜି ସାରିଥିଲା ! କିନ୍ତୁ ରାତି ଅର୍ଦ୍ଧରେ ଖବର ଆସିଥିଲା ଯେ କମରପଦା ଠାରେ ଏକ ଷ୍ଟାଣ୍ଡିଙ୍ଗ ଦ୍ରବ୍ୟ ବୋଝେଇ ଟ୍ରକ ରେ ବାଇକ ସହ ଧକ୍କା ହୋଇ ପ୍ରମୋଦ ଦାସ ଗୁରୁତର ଭାବେ ନିହତ ! ରାତି ମଧ୍ୟରେ ଏପରି ଦୁଃଖଦାୟକ ଖବର ଜିଲ୍ଲା ସାରା ବ୍ୟାପି ଯିବାରୁ ସର୍ବତ୍ର ଶୋକର ଛାୟା ଖେଳିଗଲା ! ଜିଲ୍ଲାର ସମସ୍ତ ସାମ୍ବାଦିକ ସଂଗଠନ ଏକତ୍ରିତ ହୋଇ ତାଙ୍କର ମରଶରୀର ପୋଷ୍ଟମର୍ଟମ୍ ହୋଇ ଆସିବା ପରେ ତିର୍ତ୍ତୋଲ ସାରଳାରୋଡ଼ ଠାରୁ ପ୍ରମୋଦ ଦାସଙ୍କ ଗୃହ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନେଇ ପରିବାର କୁ ହସ୍ତାନ୍ତର କରିଥିଲେ !ଶବବାହକ ଗାଡି ପହଂଚିବା ପରେ ପରିବେଶ ଅସମ୍ଭାଳ ଶୋକାକୁଳ ହୋଇପଡ଼ିଥିଲା !ପରିବାର ଜନ ତୁରନ୍ତ ଶବସଂସ୍କାର କରି ଉପସ୍ଥିତ ଶୋକାକୂଳ ପରିବେଶକୁ ନିୟନ୍ତ୍ରଣ କରିଥିଲେ ! ତେବେ ସାରଳାରୋଡ଼ ଠାରେ ଶବ ଶୋଭାଯାତ୍ରା ପୂର୍ବରୁ ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ସମନ୍ତରାପୁର ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ସୂର୍ଯ୍ୟକାନ୍ତ ବେହେରା, ମଣିଜଙ୍ଗା ସରପଞ୍ଚ, ସମାଜସେବୀ ସଂଗଠନ ପହଞ୍ଚି ଶବ ଉପରେ ପୁଷ୍ପମାଲ୍ୟ ଦେଇ ଶାନ୍ତିରେ ମହାବିଶ୍ରାମ ପାଇଁ ବିଦାୟ ଦେଇଥିଲେ !ସାରଳାରୋଡ଼, ତିର୍ତ୍ତୋଲ ବ୍ଲକ, ସରଣୀ ଛକ, ତିର୍ତ୍ତୋଲ କଲେଜରୋଡ଼, ତିର୍ତ୍ତୋଲ ବଜାର, ଥାନାଗଡା, ମଣିଜଙ୍ଗା ବଜାରର ବହୁ ଜନସାଧାରଣ ଓ ମଣିଜଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ପୁଷ୍ପ ପ୍ରଦାନ କରି ଶେଷ ଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା !କେହି କେହି ଚର୍ଚ୍ଚା କରୁଥିଲେ ଯେ ଏଇ ନବବର୍ଷ ପ୍ରମୋଦ ପରିବାର କୁ ଦେଲା କଣ ???

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା

Related Articles

Back to top button