State

ଝଙ୍କଡ ଶାରଳା ମନ୍ଦିର ସମ୍ମୁଖରେ ଅଚିହ୍ନା ଭିକାରୀ ର ପରଲୋକ    

                            

ତିର୍ତ୍ତୋଲ ::- ଅବିଶ୍ୱାସ ହେଲେ ବି ସତ! ସର୍ବଦା ଲୋକଙ୍କ ଚଳପ୍ରଚଳ ସ୍ଥାନରେ ଏଭଳି ଅଭାବନୀୟ ଘଟଣା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗି ପାରେ ! କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ !ପ୍ରସିଦ୍ଧ ଝଙ୍କଡ଼ ଶାରଳା ମନ୍ଦିର ସମ୍ମୁଖରେ ଥିବା ବଡଠାକୁର ଶ୍ରୀବଳଭଦ୍ର ଜୀଉ ଙ୍କ ସ୍ମୃତିମନ୍ଦିର ପାର୍ଶ୍ଵରେ , ବୁଧବାର ଅପରାହ୍ନରେ ଜଣେ ଅଜଣା ଅଚିହ୍ନା ଭିକାରୀ, ଆକସ୍ମିକ ଭାବେ ମୃତ୍ୟୁ ବରଣ କରି ଥିବାର, ଦେଖିବାକୁ ମିଳିଥିଲା । ତେବେ ଖବର ପାଇ କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ ଘଟଣା ସ୍ଥଳରେ ପହଞ୍ଚି, ଶବ୍ କୁ ସେଠାରୁ ଉଦ୍ଧାର କରିଥିବା ବେଳେ , ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଏହି ଅପରିଚିତ ଭିକାରୀ ଟି ଏଥି ପୂର୍ବରୁ କଟକ ଖାନନଗର ଶ୍ମଶାନକାଳୀ ମନ୍ଦିର ନିକଟରେ ଭିକ ମାଗୁଥିଲା ,ଏବଂ ମାତ୍ର ଏକ ସପ୍ତାହ ହେବ ଏଠାରେ ଆସି ଭିକ ମାଗୁଥିଲା ବୋଲି, ଅନ୍ୟ ଭିକାରୀ ମାନଙ୍କ ଠାରୁ ସୂଚନା ମିଳିଛି । ଯଦି ଏହି ମୃତ ଭିକାରୀ ର କେହି ଆତ୍ମୀୟ ବା ପରିବାର ଲୋକେ ତାଙ୍କ ଫଟୋ ରୁ ପରିଚୟ ପାଇ, ଏଠାରେ ପହଞ୍ଚି ପାରିବେ ତେବେ ତାଙ୍କୁ ଶବ କୁ ହସ୍ତାନ୍ତର କରାଯାଇପାରିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ଭୋଳ ସୂଚନା ପ୍ରଦାନ କରିଅଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ଭିକାରୀ ମାନଙ୍କ ଆଧାରକାର୍ଡ ଏଠାରେ ଯାଞ୍ଚ କରାଯାଉଥିବା ବେଳେ, ଏହି ମୃତ ଭିକାରୀ ଜଣକ ଏହି ପ୍ରକ୍ରିୟା ରୁ ବାଦପଡ଼ିଲେ କିପରି ? ସର୍ବସାଧାରଣ ପ୍ରଚଳିତ ସ୍ଥାନରେ ଭିକାରୀଟିର ମୃତ୍ୟୁକୁ ନେଇ ନାନା କଳ୍ପନାଜଳ୍ପନା ଶୁଣିବାକୁ ମିଳୁଛି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button