State
୨୦୧୯ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ଓ ବଣଭୋଜି


ଉଲୁଣ୍ଡା ୨/୦୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର ଠାରେ ଆଜି ନବବର୍ଷ ଅବସରରେ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ହାଇସ୍କୁଲ ର ୨୦୧୯ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ବଣଭୋଜି କରାଯାଇଥିଲା।ଏହି ଅବସରରେ ନବବର୍ଷ କୁ ସ୍ଵାଗତ କରିବା ସହ ଭୋଜି ର ଆସର ଜମିଥିଲା।ଏହି ବନ୍ଧୁମିଳନ ନବବର୍ଷ ରେ ହେଉଥିବାରୁ ବେଶ ଉତ୍ସାହ ଉଦ୍ଦୀପନା ର ସହିତ ପାଳନ କରାଯାଇଥିଲା। ସମସ୍ତ ମନରେ ଖୁସିର ଲହରୀ ଖେଳିଯାଇଥିଲା।




