ବୌଦ୍ଧ ମହୋତ୍ସବ ପାଇଁ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ।


ହରଭଙ୍ଗା –ଆଜିଠାରୁ ଶୁଭାରମ୍ଭ ହେଉଛି ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ।ପ୍ରତିବର୍ଷ ଭଳି ଜିଲ୍ଲାପ୍ରଶାସନ ଦ୍ୱାରା ଆୟୋଜନ ହେଉଥିବା ଏହି ମହୋତ୍ସବର ଶୁଭଉଦଘାଟନ ପାଇଁ ହରଭଙ୍ଗା ବ୍ଲକ ପୁରୁଣାକଟକସ୍ଥିତ ମା ଭୈରବୀଙ୍କ ପୀଠରୁ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ଶୁଭାରମ୍ଭ ହୋଇଥାଏ ।ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ହରଭଙ୍ଗା ବି. ଡି. ଓ ସ୍ୱପ୍ନିତା ନାଏକଙ୍କ ନେତୃତ୍ୱ ରେ ଶୋଭାଯାତ୍ରା ବାହାରି ଚାରିଛକ ବଜାର ପରିକ୍ରମା ସାରି ଭୈରବୀ ମନ୍ଦିରରେ ପଂହଁଚିଥିଲା!ଭୈରବୀ ପୀଠରେ ପୂଜାର୍ଚନା କରାଯାଇ ମଶାଲ ଶୋଭାଯାତ୍ରା ବୌଦ୍ଧ ଅଭିମୁଖେ ବାହାରିଥିଲା!ବ୍ଲକର ବିଭିନ୍ନ ପଂଚାୟତର କଳାକାରମାନଙ୍କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ବହୁ ଆଡମ୍ବରରେ ଆଜି ଭୈରବୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁ ିତ ହୋଇଥିଲା ।ମନ୍ଦିର ପ୍ରାଙ୍ଗଣରୁ ହରଭଙ୍ଗା ବି.ଡି.ଓ ସ୍ୱପ୍ନିତା ନାଏକ,ହରଭଙ୍ଗା ତହସିଲଦାର ଶିବାନୀ ଦାଶ,ବ୍ଲକର ସମସ୍ତ ସରକାରୀ କର୍ମଚାରୀ ଏବଂ ପଂଚାୟତର ସଂରପଚଙ୍କ ଉପସ୍ଥିତିରେ ବିଭିନ୍ନ ପଂଚାୟତର ଅଙ୍ଗଣିତ କଳାକାରଙ୍କ ଢୋଲ,ବାଜା,ତୁରୀ,ମହୁରୀର ତାଳେ ତାଳେ କଳାକାରମାନଙ୍କ ଦ୍ୱାରା ନାଚ,ଗୀତର ତାଳେ ତାଳେ ମଶାଲକୁ ପୁରୁଣାକଟକ ବଜାର ପରିକ୍ରମା କରି ବୌଦ୍ଧ ମହୋତ୍ସବ ଅଭିମୁଖେ ପାଛୋଟି ନିଆଯାଇଥିଲା । ।ଏହି ଶୋଭାଯାତ୍ରା କାର୍ଯକ୍ରମକୁଦେଖିବା ପାଇଁ ପୁରୁଣାକଟକ ବଜାରରେ ଭିଡ ଜମିଥିଲା ।

ରିପୋର୍ଟ, ଚିତ୍ତରଞ୍ଜନ ସିଂହ, ହରଭଙ୍ଗା




