ଅଷ୍ଟମ ରାଜ୍ୟ ସ୍ତରୀୟ କଣ୍ଟାମାଳ ଲୋକ ମହୋତ୍ସବ ୨ଫେବୃୟାରୀ ରୁ ୪ଫେବୃୟାରୀ


କଣ୍ଟାମାଳ, ତା ୨/୧/୨୩(ସମର୍ଥ ନିୟୁଜ )କଣ୍ଟାମାଳ ଲୋକ ମହୋତ୍ସବ କମିଟି ଓ କଣ୍ଟାମାଳ ବ୍ଲକ କଳା ସଂସ୍କୃତି ସଂଘ କଣ୍ଟାମାଳ ଆନୁକୂଲ୍ୟରେ ଆୟୋଜିତ ହୋଇ ଆସୁଥିବା ଅଷ୍ଟମ ରାଜ୍ୟ ସ୍ତରୀୟ କଣ୍ଟାମାଳ ଲୋକ ମହୋତ୍ସବ ଆସନ୍ତା ୨୦୨୪ମସିହା ଫେବୃୟାରୀ ମାସ ୨ତାରିଖରୁ ୪ତାରିଖ ପର୍ଯ୍ୟନ୍ତ କଣ୍ଟାମାଳ ହାଉସ୍କୁଲ ପଡ଼ିଆ ସ୍ଥିତ ଲୋକ କଳା ମଣ୍ଡପଠାରେ ଅନୁଷ୍ଠିତ ହେବ l ଏନେଇ ସନ୍ଧ୍ୟା ୬ଘଣ୍ଟା ସମୟରେ ଲୋକ ମହୋତ୍ସବ ଆବାହକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଦାସଙ୍କ ବାସ ଭଵନ କନଫରେନ୍ସ ହଲଠାରେ ତାଙ୍କ ଆବାହକତ୍ୱରେ ଲୋକ ମହୋତ୍ସବର ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l
ସର୍ବ ପ୍ରଥମେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷରେ ଗତ ବର୍ଷର ମହୋତ୍ସବର ଆୟ ବ୍ୟୟ ବିବରଣୀ ପଠନ ଓ ସୁଦୃଢ଼ିଧିକରଣ କରାଯିବା ସଙ୍ଗେ ସଙ୍ଗେ ଲୋକ ମହୋତ୍ସବ କମିଟିର ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା l ହେବାକୁଥିବା ଅଷ୍ଟମ ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ କମିଟିର ଆବାହକ ଦାୟିତ୍ୱ ପାଇଁ ମହୋତ୍ସବର ପ୍ରତିଷ୍ଠାତା-କମ-ମୁଖ୍ୟ ସମ୍ପାଦକ ମୁକେଶ ପାଢ଼ୀଙ୍କ ପ୍ରସ୍ତାବ ଓ ରାଧା ବଲ୍ଲବ ପ୍ରଧାନଙ୍କ ସମର୍ଥନ କ୍ରମେ ପୁଣି ଚଳିତ ବର୍ଷ ପାଇଁ ମହେନ୍ଦ୍ର କୁମାର ଦାସଙ୍କୁ ଲୋକ ମହୋତ୍ସବ କମିଟିର ଆବାହକ ମନୋନୀତ କରାଯାଇଥିଲା l ଲୋକ ମହୋତ୍ସବର ସ୍ଥାୟୀ ସଭାପତି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, କାର୍ଯ୍ୟକାରୀ ସଭାପତି ଦ୍ଵିତୀୟ ବର୍ଷ ପାଇଁ ସରକାରୀ ଓକିଲ ରାଧାବଲ୍ଳବ ପ୍ରଧାନ, ଉପ ସଭାପତି ସମାଜସେବୀ ତାପସ କୁମାର ଖଟୁଆ, ଶ୍ରୀମତୀ ଦୀପାଞ୍ଜଳୀ ଖଟୁଆ ସରପଞ୍ଚ କଣ୍ଟାମାଳ, ଶ୍ରୀମତୀ ରେଣୁକା ନାଏକ ସରପଞ୍ଚ ଖଲିଆ ପାଲି, ସମ୍ପାଦକ କମ ମୁଖ୍ୟ ସମ୍ପାଦକ ମୁକେଶ ପାଢ଼ୀ, କାର୍ଯ୍ୟକାରୀ ସମ୍ପାଦକ ଶମ୍ଭୁ ପ୍ରସାଦ ସାହୁ, ସହକାରୀ ସମ୍ପାଦକ ଉମେଶ ରଣା, ଚନ୍ଦ୍ର ଶେଖର ସାହୁ ଯୁବ ସମାଜସେବୀ କଣ୍ଟାମାଳ, ଅଶୋକ କୁମାର ସାହୁ, ସୀତାରାମ ସାହୁ ଋଣ୍ଡିମହୁଲ, ସମୀର ଖଟୁଆ ରୁଣ୍ଡି ମହୁଲ, କୋଷାଧ୍ୟକ୍ୟ ସୁରଜ କୁମାର ସାହୁ, ଲୋକ ମହୋତ୍ସବର ଟିକି ନିକି ଖବର ପ୍ରସାରଣ ପାଇଁ ଭାର୍ଜନ କୁମାର ପ୍ରଧାନ, ସୀତାକାନ୍ତ ସିଂ, ବୈଦ୍ୟନାଥ ହୋତା, ବାସୁଦେବ ଶାଣ୍ଢ, ଅଜିତ କୁମାର ବସ୍ତିଆ, ସେହିପରି ଲୋକ ମହୋତ୍ସବ ଉପଦେଷ୍ଟା ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହିଧର ରଣା, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର, ସୁଧୀର ମହାକୁଡ଼, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ପ୍ରେମରାଜ ରଣା, ପ୍ରଶାନ୍ତ କୁମାର ସାହୁ ବରିଷ୍ଠ ଆଇନ ଜୀବି, ପ୍ରଶାନ୍ତ କୁମାର ରଣା, ଶମ୍ଭୁ ସାହୁ ସାଂସଦ ପ୍ରତିନିଧି, ଶ୍ରୀବନ୍ତ କୁମାର ସାହୁ, ଶ୍ରୀମତୀ ସନ୍ତୋଷିନୀ ବାଘ ସମିତି ସଭ୍ୟା କଣ୍ଟାମାଳ, ମନୋଜ କୁମାର ମହାନ୍ତି ଅବସର ସେନା ଅଧିକାରୀ ତଥା ବରିଷ୍ଠ ମଞ୍ଚ କଳାକାର, ମହେନ୍ଦ୍ର କୁମାର ରଣା ଉପାଧ୍ୟକ୍ଷ ପଞ୍ଚାୟତ ସମିତି କଣ୍ଟାମାଳ, ଯାନୀ ସେନାପତି, ଆଶିଷ କୁମାର ସାହୁ ମନମୁଣ୍ଡା, ପ୍ରମୁଖ ମନୋନୀତ l
ଚଳିତ ବର୍ଷ ୮ମ ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବରେ ଲୋକ ମହୋତ୍ସବ କମିଟି ସ୍ଥାନୀୟ ଓ ଜିଲ୍ଲା ବାହାରର ବିଶିଷ୍ଟ ସମାଜସେବୀ, କବି, ଲେଖକ, ଶିକ୍ଷକ, ସାମ୍ବାଦିକ, ଲୋକ କଳା, କ୍ରୀଡା, ଚିତ୍ରକର ମାନଙ୍କୁ ସମ୍ବର୍ଦ୍ଧିତ କରୁଥିବା ବେଳେ, ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଯୁବ ପ୍ରତିଭା ବାନ ଯୁବକ ଯୁବତୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବା ନେଇ କମିଟିରେ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି lଚଳିତ ବର୍ଷ କଣ୍ଟାମାଳ ଲୋକ ମହୋତ୍ସବକୁ ଅଧିକ ମନୋରଞ୍ଜନ ଓ ଆକାର୍ଷଣୀୟ କରିବା ନିମନ୍ତେ ସ୍ୱାଦିଷ୍ଟ ଷ୍ଟଲ, ପଲ୍ଲିଶ୍ରୀ ମେଳା, ସରକାରୀ ବେସରକାରୀର ସରକାରଙ୍କ ଜନହିତ କର ଯୋଜନାର ପ୍ରଚାର ପ୍ରସାର ପାଇଁ ଜନସାଧାରଣଙ୍କୁ ସଚେତନ କରିବା ନେଇ ଷ୍ଟଲ, ସାହିତ୍ୟ ସଭା, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହିତ ବାଲୁକା କଳା ପ୍ରଦର୍ଶନ ହେବ ମହୋତ୍ସବ ପଡିଆରେ l ତା ସହିତ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳର ୟୁଟ୍ୟୁବର ଡେନ୍ସ ଗ୍ରୁପ, କୁନି କୁନି ଶିଶୁ, ହାଇସ୍କୁଲ, କଲେଜର ପୁଅ ଝିଅ ମାନଙ୍କ ମଧ୍ୟରେ ଡେନ୍ସ ଧମାକା ପ୍ରତି ଯୋଗିତା ହେବ ତାସହିତ ଯେଉଁ ମାନେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ରେ କୃତିତ୍ୱ ହେବେ ତାଙ୍କୁ 2500, 2000 ଓ 1500 ଟଙ୍କା ପ୍ରାଇଜ ସହିତ ସାର୍ଟିଫିକେଟ ଦେଇ ସମ୍ମାନିତ କରାଯିବ l ଲୋକ ମହୋତ୍ସବରେ ଚଳିତ ବର୍ଷରେ ଅଞ୍ଚଳର ସଂକୀର୍ତ୍ତନ ଦଳ ଉଭୟ ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ, ଦଣ୍ତନୃତ୍ୟ, ଗାଁ ମାନଙ୍କରେ ଥିବା ଡେନ୍ସ ଗ୍ରୁପ ତାଙ୍କ କଳା ପ୍ରଦର୍ଶନ କରିବା ନେଇ ସୁଯୋଗ ପ୍ରଦାନ କରାଯିବ l କିନ୍ତୁ ନିଜ ନିଜ ଖର୍ଚ୍ଚ ରେ ଯିବା ଆସିବା କରିବେ ଖାଇବା ପାଇଁ କମିଟି ଦେବ l ଏହି ମହୋତ୍ସବ ରେ ଜିଲ୍ଲା, ଜିଲ୍ଲା ବାହାର ରାଜ୍ୟ ସଂସ୍କୃତି ବିଭାଗ ନାମୀ ଦାମୀ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଥିବା ବେଳେ, 2ତାରିଖରେ ପଶ୍ଚିମ ଓଡ଼ିଶାର ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ନିର୍ଦ୍ଦେଶକ ଶ୍ରୀଯୁକ୍ତ ମନୋଜ ମିଶ୍ର ଓ ତାଙ୍କ ସାଥି ସହିତ ଆଲବମ ଜଗତର ଜୁଲବୁଲି ଆଲବମ ହିରୋଇନ ଆସିବା ସହିତ ୩ତାରିଖରେ ମଞ୍ଚରେ ୫ ଜଣ ପଦ୍ମ ଶ୍ରୀ ପ୍ରାପ୍ତ ପଦ୍ମଶ୍ରୀ ଯୋଗଦେବେ ଏବଂ ୪ ତାରିଖରେ ପଶ୍ଚିମ ଓଡ଼ିଶାର ନାମୀ ଦାମୀ ଅର୍କେଷ୍ଟାର ସଂଗୀତ ଜଗତର ରାଣୀ ଡ଼. ଅର୍ଚନା ପାଢ଼ୀ ଯୋଗ ଦେଉଛନ୍ତି l ଆଜିର ବୈଠକରେ ମୁଖ୍ୟ ସମ୍ପାଦକ, ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ଆବାହକ, ସଭାପତି, ସାହସମ୍ପାଦକ, କୋଷାଧ୍ୟକ୍ଷ ସହିତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ l ଶେଷରେ ମୁକେଶ ପାଢ଼ୀ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା l କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




