State

ତେଲନଦୀରେ ଜଳଅମଳପ୍ରକଳ୍ପ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କଠାରେ ଦାବି!

କଣ୍ଟାମାଳ:2/1/24 (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ଲାଗି ବୋହିଯାଉଥିବା ତେଲନଦୀ ଉପରେ ଏକ ଜଳଅମଳପ୍ରକଳ୍ପ କରାଯିବାକୁ ମାନ୍ୟବର କେନ୍ଦ୍ରରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ (ଜଳସେଚନ) ଙ୍କୁ ପୂର୍ବତନ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ନବୀନ କୁମାର ମହାପାତ୍ର, ଗୋପାଳ ଚନ୍ଦ୍ର ପୁରୋହିତ, ବିଜେପିନେତା କେଶବ ରଣାଙ୍କଦ୍ୱାରା ଏକଦାବିପତ୍ର ଦିଆଯାଇଥିଲା!ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ଏ ଅଂଚଳର ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କର ଦୁର୍ବଳତା ହେଉ ଅବା ଆନ୍ତରିକତା ଅଭାବରୁ ଚିରସ୍ରୋତା ତେଲନଦୀ ଉପରେ ଜଳଅମଳପ୍ରକଳ୍ପ ହୋଇପାରିନାହଁ ।ଯାହାଫଳରେ ଏ ଅଞ୍ଚଳର ଚାଷୀକୁଳ ଏବେମଧ୍ୟ ମରୁଡିଦାଉରୁ ରକ୍ଷାପାଇ ପାରୁନାହାନ୍ତି!ପ୍ରକାଶ ଥାଉକି ତେଲନଦୀ ବକ୍ଷରେ ଏକ ଜଳଅମଳ ପ୍ରକଳ୍ପ ପାଇଁ ଏକ ସର୍ଭେ ହୋଇ ଗଉଡ଼ତଲା ସ୍ଥାନ ନିରୂପଣ ହୋଇଥିଲା। ସେହି ସ୍ଥାନରେ ହିଁ ଜଳଅମଳ ପ୍ରକଳ୍ପ କରାଯିବାକୁ କେନ୍ଦ୍ରରାଷ୍ଟ୍ରମନ୍ତ୍ରୀଙ୍କ ଠାରେ ଦାବିକରାଯାଇଛି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button