କଣ୍ଟମାଳ ଉଚ୍ଚ ବିଦ୍ୟାଳୟ ୧୯୭୮ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ


କଣ୍ଡମାଳ, ତା ୩/୧/୨୪(ପ୍ରଭାତ କୁମାର ସାହୁ)
କଣ୍ଟମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୮ ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କ ବୌଦ୍ଧ ଜିଲ୍ଲା ଖଡ଼ଙ୍ଗ ନଦୀର ସାଡେଙ୍ଗଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ସହକାରୀ ପ୍ରାଣୀ ଚିକିତ୍ସକ ଗୌର ଚନ୍ଦ୍ର ବାଘ ଓ ସମାଜସେବୀ ସୁଶିଲ କୁମାର ଖଟୁଆଙ୍କ ମିଳିତ ଉଦ୍ୟମରେ ହୋଇଥିବା ବେଳେ ପ୍ରଥମେ ନିଜର ଦିବଂଗତ ସହପାଠୀମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l କର୍ମ ଜୀବନର ଅବସର ସାମୟିକ ଅବଶlନ୍ତି ପାଇଁ ଆଗାମୀ ଦିନରେ ସମାଜ ସେବା ସହ ପରିବେଶ ସୁରକ୍ଷା ପାଇଁ ସର୍ବସମ୍ମତି କ୍ରମେ ସମସ୍ତଙ୍କ ସମୟ ସହ ସହଯୋଗ କରିବା ପାଇଁ ନିବେଦନ କରାଯାଇଥିଲା l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶମ୍ଭୁ ଭୂଷଣ ଦୀପ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଦଣ୍ଡୁଆସି, ଅବସର ପ୍ରାପ୍ତ ଶିକ୍ଷା ବିଭାଗର ମୁଖ୍ୟ କିରାଣୀ ଡ଼ମନ ପ୍ରସାଦ ମିଶ୍ର, ଅବସର ପ୍ରାପ୍ତ ଭୈଷଜିକ ପ୍ରଦୀପ କୁମାର ସାହୁ, ସମାଜ ସେବି ଘନଶ୍ୟାମ କର, ଅବସର ପ୍ରାପ୍ତ ଫୌଜଦାରୀ ଅଦାଲତ ମୁଖ୍ୟ କିରାଣୀ ବାବୁଲାଲ ପଣ୍ଡା, ଅବସର ପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ସାହୁ, ସମାଜସେବୀ ଦାମୋଦର ଭୋଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଚ୍ୟୁତ ରଣା, ବଶିଷ୍ଠ ସାହୁ, ରାଜେଶ ବାଗ, ଶରତ ରଣା ପ୍ରମୁଖ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




