State

ତିନିଗୋଟି ପଞ୍ଚାୟତ ଭତ୍ତାଧାରୀ ଙ୍କ ଜନସମାବେଶ 

ହରଭଙ୍ଗା 3/1(ଆ ପ୍ର ) ହରଭଙ୍ଗା ବ୍ଳକ ର ଶାମ୍ପୂଚ, ବୀରନରସିଂହପୁର, ରାମଗଡ଼ ଇତ୍ୟାଦି ତିନି ଗୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଏବଂ ବିଧବା ଭତାଧାରୀ ମାନଙ୍କୁ ନେଇ ଶାମ୍ପୂଚ କମ୍ୟୁନିଟି ସେଣ୍ଟର ରେ ବୁଧବାର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଭତାଧାରୀ ମହାସଙ୍ଘ ର ସଭାପତି ଇଂ ବିକାଶ ମହାକୁଳ ସଭାପତିତ୍ୱ କରିଥିଲେ l ପଡୋଶୀ ତେଲେଙ୍ଗାନା ରାଜ୍ୟ, ଆନ୍ଧ୍ରପ୍ରଦେଶ , ଦିଲ୍ଲୀ, ପଞ୍ଜାବ, ଗୋଆ, ଛତିଶଗଡ, ହିମାଚଳ ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟ ମାନଙ୍କ ରେ 1500.00 ରୁ 3000.00 ଟଙ୍କା ରାଜ୍ୟ ସରକାର ମାନେ ଭତ୍ତା ଦେଉଥିବା ସ୍ଥଳେ କେଉଁ ହୀନ ମାନ୍ୟତା ର ବଶବର୍ତ୍ତୀ ହୋଇ ଓଡିଶା ସରକାର ରାଜ୍ୟ ରେ 500.00 ଟଙ୍କା ଭତ୍ତା ଦେଇ ଗରିବ ନିରୀହ ଙ୍କୁ ଭଣ୍ଡାଉଛନ୍ତି ବୋଲି ମହାସଂଘ ର ସଭାପତି ଅଭିଯୋଗ କରିଛନ୍ତି l ମହାସଙ୍ଘ ର ସମ୍ପାଦକ ଶ୍ରୀ ସୁଜ୍ଞାନ ବାଘ ଆଗାମୀ ଦିନ ରେ ଭତ୍ତା 3000.00 ଟଙ୍କା କରିବାକୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ l ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button