State

ଆମ ସଂକଳ୍ପ ବିକଶିତ ଭାରତ ରଥକୁ ଘଣ୍ଟାପଡ଼ା ପଞ୍ଚାୟତ ତରଫରୁ ଭବ୍ୟ ସ୍ୱାଗତ

 

କଣ୍ଟାମାଳ , ୩/୧/୨୦୨୪(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ପଞ୍ଚାୟତ ପକ୍ଷରୁ ଆମସଙ୍କଳ୍ପ ବିକଶିତ ଭାରତ ଯାତ୍ରା ରଥକୁ ଭବ୍ୟ ସ୍ଵାଗତ କରିଥିଲେ। ସରପଞ୍ଚ ରୀତା କହଁରଙ୍କ ନେତୃତ୍ୱରେ ରଥକୁ ଭବ୍ୟ ସ୍ୱାଗତ କରି ପଂଚାୟତକୁ ନିଆଯାଇଥିଲା । ପରେ ସଂକୀର୍ତ୍ତନ ମାଧ୍ୟମରେ ରଥକୁ ପାଛୋଟି ନେଇ ନିକଟସ୍ଥ ହାଇସ୍କୁଲ ପଡ଼ିଆରେ

ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ବିଭିନ୍ନ ବିଭାଗର କର୍ମଚାରୀ ସଭାରେ ଉପସ୍ଥିତ ରହି କେନ୍ଦ୍ରସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ସେଗୁଡିକ କିଭଳି ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରନିର୍ମାଣ ସ୍ୱପକୁ ସାକାର କରିବାକୁ ହେବାକୁ ହେଲେ ସମସ୍ତଙ୍କ ସହଯୋଗ ଦରକାର !ଗୋଲାମୀର ମାନସିକତାକୁ ମୂଳଉତ୍ପାଟନକରିବା ଦେଶର ସମୃଦ୍ଧ ଐତିହକୁନେଇ ଆମେ ଗର୍ବିତ ହେବା, ଭାରତର ଏକତାକୁ ମଜଭୁତ କରିବା ଓ

ଦେଶକୁ ସୁରକ୍ଷା ଦେଇଥିବା ବ୍ୟକ୍ତିକୁ ସମ୍ମାନ ଦେବା,ଭାରତର ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବା ଉପରେ ସାମୁହିକ ଶପଥ ପାଠ କରାଯାଇଥିଲା। ଏହିଯାତ୍ରାରେ ପଂଚାୟତ ନିର୍ବାହୀ ଅଧିକାରୀ ଗୁରୁଚରଣ ସେଠୀଙ୍କ ସଭାପତିତ୍ଵରେ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ରୀତା କହଁର,ବରଗାଁ ସରପଞ୍ଚ ରଶ୍ମିତା ରଣା, ପଞ୍ଚାୟତ କୃଷି କର୍ମଚାରୀ ବିଶିକେସନ ରଣା, ଏଲଆଇ ପ୍ରଜ୍ଞାସେନୀ ପ୍ରଧାନ, ଏମ୍ବିକେ ଶୁଭସ୍ମିତା ସାହୁ, ସ୍ୱେଚ୍ଛାସେବୀ ଚିତ୍ତରଞ୍ଜନ ପାତ୍ର, ଓମ୍ ପ୍ରକାଶ ମିଶ୍ର,ପିନାକଧର ରଣା, ଅନିଲ ପ୍ରଧାନ, ଗୋପୀନାଥ କହଁର, ଧରଣୀଧର ବିଭାର ପ୍ରମୁଖ ଉପସ୍ଥିତ ରହି ସଂକଳ୍ପ ସଚେତନତା ରଥ ଉପରେ ବକ୍ତବ୍ୟ ରଖିଥିଲେ। ଜିଆରଏସ ଶଙ୍କର୍ଷଣ ପ୍ରଧାନ ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ। ପଂଚାୟତର ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସିଆରପି,ୱାଡସଭ୍ୟସଭ୍ୟା, ସ୍ଵଂୟ ସହାୟକ ଗୋଷ୍ଟିର ସଦସ୍ୟାମାନେ ଉପସ୍ଥିତ ଥିଲେ।ପଂଚାୟତ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ଏହି ଯାତ୍ରାରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବୀରେନ୍ଦ୍ର କୁମାର ରଥ, ରମାନାଥ ସାହୁ, ମଞ୍ଜରୀ ମେହେର, ବସନ୍ତ ବାଘ, ଅର୍ଜୁନ ମହାନନ୍ଦ, ମହେନ୍ଦ୍ର ବେହେରା, ଅବନ୍ତୀ ସାହୁ, ପ୍ରତିମା ତରାଇ ଯୋଗଦେଇ ବିଭିନ୍ନ ରୋଗର ନିରାକରଣ ପାଇଁ ସୁଗର, ବିପି, ଏଚଆଇଭି, ଏଚବି, ମେଲେରିଆ ଆଦିର ରକ୍ତ, ମୂତ୍ର, କଫର ପରୀକ୍ଷା କରିଥିଲେ।ପରେ ବିଦ୍ୟାଳୟର ଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଶଣ କରିଥିବା ସ୍ଥଳେ ପାଲା ମାଧ୍ୟମରେ ବିଭିନ୍ନ ରୋଗର ପ୍ରତିକାର ବିଷୟରେ ବୁଝାଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button