State
ଚଣ୍ଡିଖୋଲ RTO ଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ।


ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇ ଥିଲା।ଏହି ସଚେତନତା କାର୍ଯ୍ୟକ୍ରମ କୁ ଚଣ୍ଡିଖୋଲ RTO ସମ୍ବିତ କୁମାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଅତିରିକ୍ତ RTO, ବଡ଼ଚଣା ଥାନା ଅଧିକାରୀ , ଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇ ଥିଲେ। ପରେ ଚଣ୍ଡିଖୋଲ ଠାରୁ ଏକ ସଚେତନତା ମଟର ସାଇକେଲ ରାଲି ବାହାରି ଛତିଆ ସ୍ଥିତ ଡ୍ରାଇଭିଂ ଟ୍ରେନିଂ କଲେଜରେ ପହଞ୍ଚି ଥିବା ବେଳେ ଅନୁଷ୍ଠାନ ପକ୍ଷରୁ ତାଲିମ ରତ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ଥିଲେ। ଏହି ଅତ୍ୟାଧୁନିକ ଡ୍ରାଇ ଭିଂ ଟ୍ରେନିଂ ଅନୁଷ୍ଠାନ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କୁ ସ୍ବାଗତ କରାଯାଇ ଥିଲା। ମିଳିତ ଭାବେ ଟ୍ରେନିଂ ମଧ୍ୟ ପ୍ରଦାନ କରି ଥିଲେ । ପ୍ରତି ଟି ଜୀବନ ମୂଲ୍ୟବାନ, ସମସ୍ତେ ଟ୍ରାଫିକ ନିୟମ କୁ ମାନିବା ଓ ଯାତ୍ରାକୁ ସୁରକ୍ଷିତ କରିବାକୁ ବାର୍ତ୍ତା ଦେଇ ଥିଲେ।

ବଡ଼ଚଣାରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




