ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ୧୯୭୩ ବ୍ୟାଚ୍ର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ


: ତା.୧।୧୲ ୨୦୨୪ ରିଖ ( ) : ପ୍ରତ୍ୟେକ ଛାତ୍ରଙ୍କ ପ୍ରଥମ ଗୁରୁ ହେଉଛନ୍ତି ପିତା ମାତା। ଏଣୁ ପିତା ମାତାଙ୍କ ସେବା କରିବା ଓ ତାଙ୍କ ଆଶୀର୍ବାଦ ଲାଭ କଲେ ଆଗକୁ ବଢ଼ିବା ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ ପାଇଛି । ଶତାୟୁ,ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ୧୯୭୩ ମାଟ୍ରିକ୍ ବ୍ୟାଚ୍ର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ,ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ଓ କର୍ମଚାରୀଙ୍କ ସହଯୋଗରେ ୧୯୭୩ ବ୍ୟାଚ୍ର ସୁବର୍ଣ୍ଣ ଜୟନ୍ତୀ ବନ୍ଧୁମିଳନ ତଥା ‘ମୋ ସ୍କୁଲ ଅଭିଯାନ’ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ଵରୂପ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ କହିଥିଲେ । ଗୁରୁ ଶିକ୍ଷା ଦାନ କରି ଶିଷ୍ୟଠାରୁ କିଛି ପାଇବାର ଆଶା ରଖୁନଥାନ୍ତି। ଯେଉଁ ଗୁରୁମାନେ ଶିକ୍ଷା ଦାନ ବଦଳରେ କିଛି ପାଇବାକୁ ଆଶା କରନ୍ତି ସେମାନେ ଗୁରୁ ନହୋଇ ଅଧମ ବୋଲି ମାୟାଧର ସାର୍ ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ମାୟାଧର ମିଶ୍ର,ମାୟାଧର ନାୟକ,କାଶୀନାଥ ମିଶ୍ର, qଅନ୍ତର୍ଯ୍ୟାମୀ ତ୍ରିପାଠୀ ପ୍ରମୁଖ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କ ଗହଣରେ ଉପସ୍ଥିତ ଥିଲେ। ସେମାନଙ୍କୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ,ଉତ୍ତରୀୟ, ଉପଢୌକନ ଭାବରେ ପେନ,ଶ୍ରୀମଦ୍ ଭଗବତ୍ ଗୀତା ପୁସ୍ତକ ଓ ମେମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ନନ୍ଦ କିଶୋର ଶତପଥୀଙ୍କ ଘରକୁ ଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁଙ୍କ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଗୋଟିଏ ମେମେଣ୍ଟୋ ପ୍ରଦାନ କରାଯାଇଥିଲା । ପ୍ରାକ୍ତନ ଅବସରପ୍ରାପ୍ତ ମନସ୍ତତ୍ତ୍ୱ ବିଭାଗ ପ୍ରଫେସର ନମିତା ମହାନ୍ତି,ରୁଦ୍ର ପ୍ରକାଶ ଶରଣ,ଶରତ କୁମାର ସାହୁ,ଦେବବ୍ରତ ପଟ୍ଟନାୟକ,ମଧୁସୁଦନ ମହାନ୍ତି,ପ୍ରତାପ ଚନ୍ଦ୍ର ଦାସ,ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ନାରାୟଣ ରଗଡ଼,ପ୍ରଫୁଲ୍ଲ ମହାନ୍ତି,ଚିତ୍ତ ରଞ୍ଜନ ନନ୍ଦ,ମଦନ ମିଶ୍ର, ମାନସୌରଭ ମହାକୁଡ,ଭାସ୍କର ଚନ୍ଦ୍ର

ପଣ୍ଡା,ମହାଦେବ ପଣ୍ଡା, ଦେବ ମିଶ୍ର,ସୁରେଶ ମିଶ୍ର,ପ୍ରତାପ ମିଶ୍ର,ପ୍ରଭାତ ମିଶ୍ର,ଚିତ୍ତ ରଞ୍ଜନ ପଟ୍ଟନାୟକ,ଦିଲ୍ଲୀପ କୁମାର ପଟ୍ଟନାୟକ,ଦିବେନ ପଟ୍ଟନାୟକ,ଅରୁଣ କୁମାର ପଟ୍ଟନାୟକ,ଅଚ୍ୟୁତାନନ୍ଦ ଦାଶ, ଧୀରେଶ ଚନ୍ଦ୍ର ଦାଶ,କିଶୋର କୁମାର ମିଶ୍ର,କରୁଣାକର ସେଠୀ,ନୀଳମଣି ସେଠୀ,ମାଧବ ବେହେରା,ଦାଶରଥି ବେହେରା,ରମେଶ ଚନ୍ଦ୍ର ସାହୁ,ଶର୍ମିଷ୍ଠା ମିଶ୍ର,ମଞ୍ଜୁବାଳା ମିଶ୍ର, ସୂର୍ଯ୍ୟ ନାରାୟଣ ପାଣି,ଅମ୍ବିକା ପ୍ରସାଦ ପାଣି,କୁମୁଦ ପାଣିଗ୍ରାହୀ,ଗୌରହରି ମହାନ୍ତି,ଗଗନ ବିହାରୀ ରାଉତ,ପଙ୍କଜ ଲୋଚନ ଷେଣ୍ଢ,କିଶୋର ଚନ୍ଦ୍ର ନାୟକ,ପ୍ରକାଶ ସରକାର ଓ ମହମ୍ମଦ ଉସମାନ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଏଥିରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲ୍ ଜୀବନର ଅଭୁଲା ଚିର ସବୁଜ ସ୍ମୃତିରାଜି ଓ ସ୍ଵ ସ୍ଵ ଅଭିଜ୍ଞତା ସବୁକୁ ପ୍ରକାଶ କରି ଗୁରୁମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୯୭୩ ବ୍ୟାଚ୍ର ୬୫ ଜଣ ପୁରାତନ ଛାତ୍ରୀଛାତ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରମୁଖ ଯୁଗ୍ମ ସଂଯୋଜକମାନଙ୍କ ପକ୍ଷରୁ ଶରତ କୁମାର ସାହୁ ସମସ୍ତଙ୍କର ସଦୟ ଉପସ୍ଥିତି ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




