Religion
ନୂଆ ବର୍ଷ -୨୦୨୪ ପଦାର୍ପଣ ଦିବସରେ ରେଘାମୁଣ୍ଡାର ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼,


କଣ୍ଟାମାଳ, ତା ୧/୧/୨୦୨୪ (ପ୍ରଭାତ କୁମାର ସାହୁ) ଅଭିନନ୍ଦନ..ଅଭିନନ୍ଦନ… ସମର୍ଥ ନିୟୁଜ କଣ୍ଟାମାଳ ତରଫରୁ ନୂତନ ବର୍ଷ-୨୦୨୪ର ଅଭିନନ୍ଦନ ଓ ଶୁଭେଛା ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧୀନ ଉମା ପଞ୍ଚାୟତ ସ୍ଥିତ ରେଘାମୁଣ୍ଡାର ବାବା ଧବଳେଶ୍ୱର ମନ୍ଦିରରେ ନୂତନ ବର୍ଷର ଶୁଭକାମନା ତଥା ବର୍ଷ ଆରମ୍ଭ ସୋମବାର ଦିନ ପଡ଼ିଥିବାରୁ ଶିବ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଗୋଟିଏ ଦିଗ ଶିବ ବାବାଙ୍କ ଦର୍ଶନ ଓ ଅନ୍ୟ ଦିଗରେ ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା କଥାକଥିତ ଭାଇବୋହୁ-ଦେଢଶୁର ପାହାଡ଼କୁ ଦେଖିବାକୁ ଲୋକଙ୍କ ମନରେ ଭିଡ଼କୁ ଦ୍ଵିଗୁଣିତ କରିଦେଇଛି। ପୁଣି ମନ୍ଦିର କମିଟୀ ତରଫରୁ ମାଗଣା ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଥିବାରୁଆ ଗହଳି ଦିନ ତମାମ ଲାଗି ରହିଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।



