Religion

ରଥ କାଠ ଅନୁକୂଳ ପାଇଁ ପ୍ରଚାର ରଥ କୁ ସ୍ୱାଗତ 

ହରଭଙ୍ଗା 1/24(ଆ ପ୍ର) 2024 ପୁରୀ ଘୋଷ୍ ଯାତ୍ରା ପାଇଁ ପ୍ରଥମ ପର୍ବ ରଥ କାଠ ର୍ ଗଛ କଟା ଅନୁକୂଳ ନୀତି, ଏହା ପ୍ରତିବର୍ଷ ପରମ୍ପରା କ୍ରମେ ପାଳନ କରାଯାଏ l ସାତକୋସିଆ ନିକଟ ବଡ ମୂଳ ସ୍ଥିତ ମାଆ ବଡ ରାଉଳ ଙ୍କ ପିଠରେ,ଶ୍ରୀମନ୍ଦିର 

କାର୍ଯ୍ୟାଳୟ ନିର୍ଦ୍ଦେଶକ କ୍ରମେ ଓ ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାରି ଜଣିଆ ସେବକ ମାନେ ଲାଗୀପ୍ରଭୁ ଙ୍କ ଆଜ୍ଞାମାଳ ମହାପ୍ରସାଦ ଧରି ଜାନୁୟାରୀ 2 ତାରିଖରେ ଆସି ମାଆ ଙ୍କ ପାଖରେ ପହଞ୍ଚିଥାନ୍ତି lପହଁଞ୍ଚିବା କ୍ଷଣି ଉପସ୍ଥିତ ଭକ୍ତ ମଣ୍ଡଳୀ ସ୍ୱାଗତ୍ କରିବା ପରେ ବନ ବିଭାଗ ପକ୍ଷରୁ ତାଙ୍କୁ ମାଆ ଙ୍କ ନିକଟକୁ ପାଛୋଟି ନେବେ ସେଠାରେ ବୈଦିକ ରୀତିରେ ହୋମ ହୋଇ ସରିଲା ପରେ ପୂଜକ ଗୋଟେ ହାତରେ ମହାପ୍ରସାଦ ଆଉ ଗୋଟେ ହାତରେ ଛାଗ ବଳି ଉତ୍ସର୍ଗ କରିବା ପରେ ରଥ କାଠ ଗଛ ଚ୍ଛେଦନ ପକ୍ରିୟା ଆରମ୍ଭ ହୋଇଥାଏ ବୋଲି ଜଗନ୍ନାଥ ଦଳ ମାର୍ଗ ଦର୍ଶକ ବାବା ଲଳିତ ନାରାୟଣ ସୂଚନା ଦେଇଛନ୍ତି lଏଣୁ ଏହି ଲୁକାୟିତ ପରମ୍ପରାକୁ ଜନ ମାନସରେ ପ୍ରଚାର ଓ ପ୍ରସାର ପାଇଁ ଦିର୍ଘ 5 ବର୍ଷ ଧରି ଜଗନ୍ନାଥ ଦଳ ତରଫରୁ ଚେତନା ରଥ ଗଣିଆ ଅଞ୍ଚଳ ସମେତ ଏହାର ଚତୁପାର୍ଶ୍ଵ ପରିକ୍ରମା କରାଯାଉଚି lଏହି ଅବସରରେ କିଛିଦିନ ଧରି ଚେତନ ରଥ ଟି ହରଭଙ୍ଗା ବ୍ଲକର ଅଧିବାସୀ ଅଧ୍ଯୁଷିତ ତଳ ଗାଁ ପଞ୍ଚାୟତ ର୍ କୁକିଟି, ଗଣ୍ଡି ସର୍ ହୁଡୁଗୁଜୁ , ଯାବର୍, କରଡ଼କୋଠା , ପତାକା,ବାଳି ଘୁରୁତା ସାତଖଣ୍ଡ, ଗୋଛବାରି, ପାଙ୍କଳ ସାହି, ଖଣ୍ଡିଆ ପାଜୁ,ମୁଣ୍ଡା ପାଜୁ , ପ୍ରଭୁତି ଗ୍ରାମ ଗୁଡିକ ପରିକ୍ରମା ସମୟରେ ଗ୍ରାମ ଶତାଧିକ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ସ୍ୱାଗତ୍ କରିଥିଲେ,l ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button