State

ନୂଆବର୍ଷ 2024କୁ ସ୍ୱାଗତ କରି ବ୍ୟକ୍ତିବିଶେଷଙ୍କ ଶୁଭେଚ୍ଛା ବାର୍ତା ପ୍ରଦାନ.


ଭୁବନେଶ୍ୱର,ଆଜି ବର୍ଷ 2024କୁସ୍ୱାଗତ କରି ରାଜ୍ୟର ଜନସାଧାରଣଙ୍କ ସୁଖ ତଥା ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ ବିଶିଷ୍ଟ ବ୍ୟକ୍ତି ବିଶେଷ. ଏହି ପରିକ୍ରମରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି ପାଇଁ ଆଶୀର୍ବାଦ ମାଗିବା ସହ ସମସ୍ତେ କଠିନ ପରିଶ୍ରମୀ ଓ ଧୈର୍ଯ୍ୟ ବାନ ହେବାକୁ କହିଥିଲେ ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲିକ. ସେହିଭଳି ସମସ୍ତଙ୍କ ଚଲାପଥ କୁସୁମିତ ହେଉ ଓ ସମସ୍ତେ ସୁଖରେ ଶାନ୍ତିରେ ରୁହନ୍ତୁ ଓ ସମସ୍ତଙ୍କ

ସମୃଦ୍ଧି କାମନା କରିଥିଲେ ବିଏମସି ୱାର୍ଡ ନମ୍ବର 30କର୍ପୋରେଟର ଅଲିଅଳି ମଲିକ. ସାରା ଓଡ଼ିଶାର ସମସ୍ତ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇ ବିଶେଷ କରି ରାଜ୍ୟ ସମବାୟ ଇୟୁନିଅନର ଡିରେକ୍ଟର ଓ କର୍ମଚାରୀ ମାନଙ୍କ ମଙ୍ଗଳ କାମନା କରି ଠାକୁରଙ୍କୁ ପ୍ରାର୍ଥନା କରିଥିଲେ ରାଜ୍ୟ ସମବାୟ ଇୟୁନିଅନ ସଭାପତି ଶ୍ରୀମତୀ ପ୍ରଭାସିନୀ ଷଡ଼ଙ୍ଗୀ. ନୂତନ ବର୍ଷରେ ସମସ୍ତ ପରିବାରର ସୁଖ ସମୃଦ୍ଧି କାମନା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ଆଗେଇନେବା ସହ ମୁଖ୍ୟମନ୍ତ୍ରୀ ଙ୍କ ଆସ୍ଥା ଭାଜନ ହୋଇ ତାଙ୍କ ପ୍ରତି ବିଶ୍ୱାସ ରଖି ପୁନର୍ବାର ତାଙ୍କୁ ସରକାର କରିବାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ ମାନ୍ୟବର ଜଳସେଚନ, ପରିବହନ, ତଥା ବାଣିଜ୍ୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ.


ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button