ନୂଆବର୍ଷ 2024କୁ ସ୍ୱାଗତ କରି ବ୍ୟକ୍ତିବିଶେଷଙ୍କ ଶୁଭେଚ୍ଛା ବାର୍ତା ପ୍ରଦାନ.


ଭୁବନେଶ୍ୱର, ବର୍ଷ 2023ବିଦାୟ ନେଉଥିବାବେଳେ ମାତ୍ର ଅଳ୍ପ କେଇ ଘଣ୍ଟା ମଧ୍ୟରେ ଧରାବତରଣ କରିବାକୁ ଯାଉଛି ନୂତନ ବର୍ଷ 2024. ଏହି ଉପଲକ୍ଷେ ନୂତନ ବର୍ଷକୁ ସାରା ପୃଥିବୀ ବାସି ବଡ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ୱାଗତ କରି ସମାଜକୁ ବିଭିନ୍ନ ବାର୍ତା ପ୍ରଦାନ କରିଛନ୍ତି. ମାନ୍ୟବର ଉପବାଚସ୍ପତି ଶ୍ରୀ ସାଲୁଗା ପ୍ରଧାନ ନିଜ ବାର୍ତ୍ତାରେ ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ଓଡିଶା ବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି. ନୂତନ ଆଶା ଉଦିପନା ଭିତରେ ପୁରୁଣା ବର୍ଷର ଦୁଃଖ ଗ୍ଲାନିକୁ ଭୁଲି ଜୀବନର ଚଲା ପଥରେ ଆଗେଇଯିବାକୁ କାମନା କରିଛନ୍ତି.ରାଜ୍ୟର ସମସ୍ତ ମା, ଭଉଣୀ, ଗୁରୁଜନ, ତଥା ମୁରବି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସମସ୍ତଙ୍କ ମଙ୍ଗଳ କାମନା କରି ଓଡ଼ିଶାର ପ୍ରଗତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ପ୍ରଚେଷ୍ଟା ଜାରି ରଖିଛନ୍ତି ସେଥିରେ ସହଯୋଗ କରନ୍ତୁ ଓ ସଫଳ କରନ୍ତୁ ବୋଲି କହିଛନ୍ତି ଶାସକ ବିଜେଡିର ମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ଜଗତସିଂହପୁର ପ୍ରଶାନ୍ତ କୁମାର ମୁଦୁଲି.ଭୁବନେଶ୍ୱର ସହରକୁ ସଫା ରଖିବାରେ ସମସ୍ତେ ଚେଷ୍ଟା କରନ୍ତୁ ଓ ଏକ ନମ୍ବର ସିଟିରେ ପରିଣତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜଧାନୀ ବାସି ଆଗେଇଆସନ୍ତୁ ସମସ୍ତେ ସ୍ୱଛତା ପାଇଁ ସଚେତନ ହୁଅନ୍ତୁ, ସମସ୍ତଙ୍କ ସୁଖ ସମୃଦ୍ଧି ଓ ବିରାମୟ ଜୀବନ କାମନା କରି ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ବି ଏମ ସି 53 ନମ୍ବର ୱାର୍ଡ କର୍ପୋରେଟର ମହାମାୟା ସ୍ୱାଇଁ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




