State

ନାବାର୍ଡ ସହଯୋଗରେ ଫାର୍ମର ପ୍ରଡ୍ୟୁସର କମ୍ପାନୀର କୃଷକମାନଙ୍କୁ ପ୍ରମାଣପତ୍ର ପ୍ରଦାନ

କୁଜଙ୍ଗ –: କଥାରେ ଅଛି ଜଳ ବିହୁନେ ଚାଷ ନାଶ, ଜଳ ବହୁଳେ ବି ଚାଷ ନାଶ ! ଏହା ବ୍ୟତୀତ ଋତୁ ଯେବେ ଦିଗହରା ହୁଏ ତେବେ ବି ଚାଷ ନାଶ ହେବାକୁ କେହି ବି ଅଟକେଇ ପରିବେନାହିଁ !ବର୍ତ୍ତମାନ ପରିସ୍ଥିତି ରେ ଋତୁ ପରିବର୍ତ୍ତନ ଯୋଗୁ ସଠିକ ସମୟରେ ବର୍ଷା ନହେବାରୁ ଚାଷିକୂଳ ଚାଷ ହରାଉଛନ୍ତି !ଠିକ ସମୟରେ ସାର ପିଡିଆ ଅଭାବରୁ ମଧ୍ୟ ଅମଳ କମି ଯାଉଛି ! ଏସବୁର ସମାଧାନ ପାଇଁ ଚାଷୀ ମାନଙ୍କ ସହିତ ସହଯୋଗର ହାତ ବଢ଼େଇଛି ନାବାର୍ଡ ! ଖବର ମୁତାବକ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତ ରେ ନାବାର୍ଡ ତରଫରୁ ଫାର୍ମର ପ୍ରଡ୍ୟୁଷର କମ୍ପାନୀ ଗଠନ କରାଯାଇ ଚାଷକାର୍ଯ୍ୟ କରୁଥିବା ହିତାଧିକାରୀଙ୍କୁ ଚୟନ କରି ପ୍ରଥମ ପର୍ଯ୍ୟାୟ ରେ ୪୩ ଜଣଙ୍କୁ ସଦସ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି !ସଦସ୍ୟତା ରାଶି ଏକ ହଜାର ଓ ଦୁଇ ହଜାର ବିଶିଷ୍ଟ ରଖା ଯାଇଥିବା ବେଳେ ଏକ ହଜାର ପାଇଁ ଅଂଶଧନ ବାବଦରେ ଦୁଇହାଜର, ଓ ଦୁଇହଜାର ଅଂଶଧନ ପାଇଁ ଚାରିହଜାର ସେୟାର ପାଇ ପାରିବାର ସୁଯୋଗ ରହିଥିବାର ବିଭାଗୀୟ ସି.ଇ.ଓ. ସୂଚନା ଦେଇଥିଲେ !ଏହା ବ୍ୟତୀତ କୃଷକ ମାନେ ଯଥା ସମୟରେ ବିହନ, ସାର, ପିଡିଆ ଆଦି ପାଇବାର ସୁବିଧା ପାଇ ପାରିବେ ! ନାବାର୍ଡ ସହାୟତାରେ ଚାଷ ଜମି ପାଇଁ ଯେପରି ପର୍ଯ୍ୟାପ୍ତ ଜଳ ସଂରକ୍ଷଣ ହୋଇପାରିବ ସେଥିପାଇଁ ଉପଯୁକ୍ତ ପଦକ୍ଷେପ କୃଷକ ପାଇପାରିବେ ! ଏହି ପ୍ରମାଣ ପତ୍ର ବଣ୍ଟନ ବୈଠକରେ ସ୍ଥାନୀୟ ସରପଞ୍ଚ , ମ୍ୟାନେଜିଙ୍ଗ ଡିରେକ୍ଟର ସ୍ମୃତିରେଖା ସ୍ୱାଇଁ, ଡିରେକ୍ଟର ପ୍ରଶାନ୍ତ କୁମାର ପ୍ରଧାନ, ଏବଂ ନାବାର୍ଡ ର ସିଇଓ ଗୁରୁଦତ୍ତ ପରିଜା ଯୋଗଦେଇ ୪୩ ଜଣକୁ ପ୍ରମାଣ ପତ୍ର ଦେଇଥିବାର ଦେଖିବାକୁ ମିଳିଥିଲା !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button