State

ଆମ ସଂକଳ୍ପ ବିକଶିତ ଭାରତ ରଥକୁ ପଲସାଗୋରାଠାରେ ସ୍ୱାଗତ

କଣ୍ଟାମାଳ :୨୯/୧୨/୨୦୨୩:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା କଲ୍ୟାଣମଣ୍ଡପ ଠାରେ ଆମ ସଙ୍କଳ୍ପ ବିକଶିତ ଭାରତ ଯାତ୍ରାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ପଲସାଗୋରା କଲେଜ ଛକଠାରେ ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲିକଙ୍କ ନେତୃତ୍ୱରେ ଉକ୍ତ ରଥକୁ ସ୍ୱାଗତ କରି କଲ୍ୟାଣ ମଣ୍ଡପକୁ ନିଆଯାଇ ସେଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରି ଯୋଜନାର ସୁଫଳ କିଭଳି ଲୋକଙ୍କପାଖରେ ପହଂଚିବ ସେସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା ଓ ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ଏକ ଆତ୍ମନିର୍ଭର ଶିଳ ରାଷ୍ଟ୍ରନିର୍ମାଣ ସ୍ୱପ୍ନକୁ ସାକାର କରିବାକୁ କୁହାଯାଇଥିଲା। ଗୋଲାମୀର ମାନସିକତାକୁ ମୂଳୋତ୍ପାଟନ କରିବା, ଦେଶର ସମୃଦ୍ଧ ଐତିହକୁ ନେଇ ଆମେ ଗର୍ବିତ ହେବା, ଭାରତର ଏକତାକୁ ମଜଭୁତ କରିବା ଓ ଦେଶକୁ ସୁରକ୍ଷା ଦେଇଥିବା ବ୍ୟକ୍ତିକୁ ସମ୍ମାନ ଦେବା,ଭାରତର ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବା ଉପରେ ସାମୁହିକ ଶପଥ ପାଠ କରାଯାଇଥିଲା ।ଏହି ଯାତ୍ରାରେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଗୌରୀ ପ୍ରଧାନ, ପଂଚାୟତ ନିର୍ବାହୀ ଅଧିକାରୀ କ୍ଷୀରୋଦ୍ର ମେଣ୍ଡିଲି,ଅଙ୍ଗନବାଡି କର୍ମୀ ମଞ୍ଜୁଲତା ପ୍ରଧାନ ଓ ମଞ୍ଜୁଲତା ସାହୁ,ସୁପରଭାଇଜର ସନ୍ତୋଷିନୀ ସାହୁ, ଏମବିକେ କୌଶଲ୍ୟା ପାଣିଗ୍ରାହୀ, ସିଆରପି ଧନେଶ୍ୱରୀ ସେଲମା, ପିଙ୍କି ମହାକୁଡ଼,ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କହେଁଇ ଚରଣ ଡାଙ୍ଗ, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ,ନବୀନ ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ବେଣୁଧର ସାହୁ, ଶ୍ରୀକାନ୍ତ ମହାକୁଡ଼ ଆର୍ତ୍ତତ୍ରାଣ ପ୍ରଧାନ, ପଞ୍ଚାନନ ମହାକୁଡ଼, ଧ୍ରୁବ ଚରଣ ପରିଛା, ପଂଚାୟତର ଆଶା, ଅଙ୍ଗନବାଡି କର୍ମୀ, ସିଆରପି,ୱାର୍ଡ ସଭ୍ୟସଭ୍ୟା, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।ପଂଚାୟତର କର୍ମଚାରିମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଏହି ଯାତ୍ରାରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବୀରେନ୍ଦ୍ର କୁମାର ରଥ, ରମାନାଥ ସାହୁ, ମଞ୍ଜରୀ ମେହେର, ବସନ୍ତ ବାଘ, ଅର୍ଜୁନ ମହାନନ୍ଦ, ମହେନ୍ଦ୍ର ବେହେରା, ଅବନ୍ତୀ ସାହୁ, ପ୍ରତିମା ତରାଇ ଯୋଗଦେଇ ଶିକଲିନ, ସୁଗର, ବିପି, ଏଚଆଇଭି, ଏଚବି, ମେଲେରିଆର ରକ୍ତ ପରୀକ୍ଷା କରାଯାଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button