Country

ବିଶାଳ ହସ୍ତଶିଳ୍ପ ପ୍ରଦର୍ଶନୀ “ଗାନ୍ଧୀଶିଳ୍ପ ବଜାର”ଉଦଘାଟିତ.

ଭୁବନେଶ୍ୱର, ଆଜି ନୟାପଲ୍ଲୀ ଦୁର୍ଗାପୂଜା ପଡିଆରେ ରାଜ୍ୟ ସ୍ତରୀୟ ବିଶାଳ ହସ୍ତଶିଳ୍ପ ପ୍ରଦର୍ଶନୀର ଉଦଘାଟନ ହୋଇଯାଇଛି. ଏହି ଉତ୍ସବରେ ରାଜ୍ୟ ହସ୍ତତନ୍ତ ବୟନଶୀଳ୍ପ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବାବେଳେ ବରିଷ୍ଠ ସହକାରୀ ନିର୍ଦେଶକ ହସ୍ତଶିଳ୍ପ ସେବା କେନ୍ଦ୍ର, ବିକାଶ ଆଯୁକ୍ତ ଭାରତ ସରକାର ଶ୍ରୀ ଅଶୋକ କୁମାର ହୋତା ଓ ପ୍ରଦର୍ଶନୀର ସମ୍ପାଦକ ଶ୍ରୀ ଅନିଲ କୁମାର ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ. ଏହା କେନ୍ଦ୍ର ସରକାରଙ୍କ ଅଭିନଵ ଯୋଜନା, କାରିଗର ମାନଙ୍କୁ ନିଜ ଉତ୍ପାଦିତ ଦ୍ରବ୍ୟର ବିନା ମଧ୍ୟସ୍ଥି ସହାୟତାରେ ବିକ୍ରି କରିବା ପାଇଁ ଏକ ମାର୍କେଟିଙ୍ଗ ପ୍ଲାଟଫର୍ମ ଯୋଗାଇବା ସହ 16 ଟି ରାଜ୍ୟର 100ରୁ ଉର୍ଧ୍ଵ କାରିଗର ମନେ ଅଂଶଗ୍ରହଣ କରିଛନ୍ତି ଓ ଲୋକ ମାନେ ମଧ୍ୟ ଶସ୍ତାରେ ହାତତିଆରି ଜିନିଷ ପାଇପାରିବେ ବୋଲି କହିଛନ୍ତି ପ୍ରଦର୍ଶନୀର ସାଧାରଣ ସମ୍ପାଦକ ଅନିଲ କୁମାର ମିଶ୍ର. ଭାରତ ସରକାରଙ୍କ ବିଭିନ୍ନ ଯୋଜନାରେ କାରିଗର ମାନଙ୍କୁ ଟ୍ରେନିଂ, ଡିଜାଇନିଙ୍ଗ, ଦକ୍ଷତା ବିକାଶ କରିବା ସହ କାରିଗର ମାନଙ୍କୁ ମାର୍କେଟ ବ୍ୟବସ୍ଥା ଟେକ୍ସଟାଇଲ ମନ୍ତ୍ରଣାଳୟ ଯୋଗାଇଆସୁଛି, ହସ୍ତଶିଳ୍ପର ପ୍ରଚାର ପ୍ରସାର ପାଇଁ ଓ କାରିଗର ମାନଙ୍କ ଆର୍ଥିକ ଉନ୍ନତି ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଓ 10 ଦିନ ଧରି ଏହି ପ୍ରଦର୍ଶନୀ ଚାଲିବ ବୋଲି କହିଛନ୍ତି ବରିଷ୍ଠ ସହକାରୀ ନିର୍ଦ୍ଧେର୍ଶକ ଅଶୋକ କୁମାର ହୋତା.

ବୁବନେଶ୍ୱର୍ଦେ ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button