ଛତିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଦୀର୍ଘ 3ଦିନ ବ୍ୟାପି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ


ଛତିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଦୀର୍ଘ 3ଦିନ ବ୍ୟାପି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଅଛି, ମୋଟ ଛାତ୍ର ଛାତ୍ରୀ 50ଟି ivant ରେ ଅଂଶ ଗ୍ରହଣ କରିଥିଲେ, ଜୁନିଅର ବାଳକ ବିଭାଗ ଆୟୁଷ୍ମାନ ତ୍ରିପାଠୀ ବାଳିକା ବିଭାଗ ରେ ସ୍ମୃତିଶିଖା ସାହୁ ସିନିଅର ବାଳକ ବିଭାଗ ପକ୍ଷରୁ ଦିବ୍ୟ ପ୍ରସନ ସାହୁ ବାଳିକା ବିଭାଗ ରେ ହରପ୍ରିୟା ବେହେରା ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ, ଅରବିନ୍ଦ ମହାନ୍ତି ଓ ହିମାଂଶୁ ଶେଖର ସାହୁ ଙ୍କୁ ବେଷ୍ଟ ଭଲେଣ୍ଟର ପୁରସ୍କାର ପ୍ରଦାନ

କରାଯାଇଥିଲା, ବିଭିନ୍ନ ivant ରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା, ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବ ରେ ଛତିଆ ପଂଚାୟତ ସରପଞ୍ଚ ରମେଶ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଳକ ବର୍ଗ ଚମ୍ପିୟାନ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ, ଆକାଶ ବାଣୀ ର ଲବ୍ଧ ପ୍ରତିଷ୍ଠିତ ଗୀତିକାର ବିଶେଶ୍ୱର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବାଳକ ବର୍ଗ ଚମ୍ପିୟାନ ଙ୍କୁ ଟ୍ରଫି ପ୍ରଦାନ କରିବା ସହିତ କ୍ରୀଡା ର ବିଶେଷତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, ମାତୃ ନିଳୟମ ଶିକ୍ଷା ପରିଚାଳନା କମିଟି ର ବରିଷ୍ଟ ସଭ୍ୟ ବଂଶୀଧର ରାଉତ ସଭା କାର୍ଯ୍ୟ ପରିଚାଳନା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଭାଗ୍ୟଧର ସାମଲ ଶିକ୍ଷାବିତ ଅଶୋକ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଉଦେଶ୍ୱରେ ଅଭିଭାଷଣ ପ୍ରଦାନ କରିଥିଲେ, ଶିକ୍ଷକ ରାକେଶ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ମାତୃ ନିଳୟମ ର ଅଧକ୍ଷ ଦିଲୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ ଅପା ଭାଇ କର୍ମଚାରୀ ଓ ପରିଚାଳନା କମିଟି ର ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ସମ୍ପାଦକ ଶ୍ରୀଯୁକ୍ତ ସାମଲ କ୍ରୀଡା ପତାକା ଅବତରଣ କରି ଉତ୍ସବ କୁ ଉଦଯାପନ କରିଥିଲେ, sports ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା,

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




