Education

ଓଜେଏସ ପରୀକ୍ଷାରେ କଣ୍ଟାମାଳର ଦେବାଶିଷଙ୍କ ସଫଳତା

 

କଣ୍ଟାମାଳ,୨୯।୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗ୍ରାମର ଦେବାଶିଷ ମିଶ୍ର ଓଡିଶା ଜୁଡ଼ିସିଏଲ୍ ସର୍ଭିସରେ ସଫଳତା ପାଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି | ସୂଚନା ଅନୁସାରେ କଣ୍ଟାମାଳ ଗ୍ରାମର ଦେବାଶିଷ ମିଶ୍ର ବୟସ ୨୬ଙ୍କ ବାପା ଉତ୍ତର ମିଶ୍ର ଓ ମାଆ ପଦ୍ମିନୀ ମିଶ୍ରଙ୍କ ଦ୍ୱିତୀୟ ପୁଅ ଅଟନ୍ତି | ପିଲାଟି ଦିନରୁ ଦେବାଶିଷ ଭଲ ପାଠ ପଢୁଥିବା ବେଳେ ସେ ଭବିଷ୍ୟତରେ ଜଣେ ଉଚ୍ଚ ପଦବୀରେ ରହି ଲୋକଙ୍କ ସେବା କରିବାର ଆଗ୍ରହ ଥିଲା | ପ୍ରଥମେ ଗାଁ ବିଦ୍ୟାଳୟରୁ ନିଜ ପାଠ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ବାହାରେ ପାଠ ପଢିଥିଲେ | ଦେବାଶିଷ ଓଡ଼ିଶା ଜୁଡ଼ିସିଏଲ ସର୍ଭିସ ପରୀକ୍ଷା ୨୦୨୨ରେ ପରୀକ୍ଷାଦେଇଥିଲେ। ପ୍ରକାଶ ପାଇବାପରେ ୪୨ ନମ୍ବର ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି | ତାଙ୍କର ଏଭଳି ସଫଳତା ପଛରେ କଠିନ ପରିଶ୍ରମ ସହ ବାପାମାଆ, ଗୁରୁଜନଙ୍କ ଆଶୀର୍ବାଦ ଥିବା ସେ ପ୍ରକାଶ କରିଛନ୍ତି | ଦେବାଶିଷଙ୍କ ଏଭଳି କୃତକାର୍ଯ୍ୟ ଦେଖି ବାପାମାଆ , ବନ୍ଧୂପରିଜନ , ପଡୋଶୀ ସହ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି | ଦେବାଶିଷଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି | ସୂଚନା ଥାଉ କି ବଡ଼ଭାଇ ଲକ୍ଷ୍ମଣ ମିଶ୍ର ସୋନପୁର ଜିଲ୍ଲା ବିନିକାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି | ବିଚାରପତି ଭାବରେ ନିଯୁକ୍ତି ହେବା ପରେ ଗରିବ,ନିରିହ ଓ ନିସ୍ପେତିତ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button