Religion

ଗୀତା ଉପନିଷଦ ଆଲୋଚନାଚକ୍ରର ୪୬ତମ ବର୍ଷିକ ସମ୍ମିଳନୀ ଓ ଗୀତା ଜୟନ୍ତୀ ଉତ୍ସବ ସମାରୋହ

ବୈରୀ ନିକଟସ୍ଥ ଗୀତାଶ୍ରମ କୁଶପଡା ଗ୍ରାମରେ ଗତ କାଲି ଗୀତା ଉପନିଷଦ ଆଲୋଚନାଚକ୍ରର ୪୬ତମ ବର୍ଷିକ ସମ୍ମିଳନୀ ଓ ଗୀତା ଜୟନ୍ତୀ ଉତ୍ସବ ସମାରୋହରେ ଶ୍ରୀ ଦୟାନିଧୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କ୍ୟାପ୍ଟେନ୍ ନିର୍ମଳ ରାଉତ୍ ଦୀପ ପରଜ୍ଜ୍ୱଳନ କରି ଉଦ୍ଘାଟନ କଲେ। ଏହା ପରେ ଯୋଗ ଗୀତା ପରାୟଣ, ଗୀତା ଯଜ୍ଞ ଓ ଧର୍ମ ଆଲୋଚନା କରାଯାଇଥିଲା । ମୁଖ୍ୟ ବକ୍ତା ଡ. ସ୍ୱାମୀ ଶ୍ରୁତି ସାଗର ସରସ୍ଵତୀ ଧର୍ମ ଯାଗରନ ରାଜ୍ୟ ସଂସ୍କୃତି ପ୍ରମୁଖ ଉଦ୍ବୋଧନ ଦେଇ କହିଲେ ଆଜିର ଅଶାନ୍ତ ବିଶ୍ଵ ପାଇଁ ଗୀତ ଶାନ୍ତି ର ବାର୍ତା ଦିଏ। ସମ୍ମାନିତ ଅତିଥି ରୂପେ ସରପଞ୍ଚ ଦିପ୍ତିମୟୀ ବେହୁରା ଯୋଗଦାନ କରିଥିଲେ। ନୂତନ ପରିଚାଳନା କମିଟିରେ ସଭାପତି ବିଶ୍ଵନାଥ ଦାସ, କାର୍ଯ୍ୟକାରୀ ସଭପତି ଶ୍ରୀ

ପୁରୁଷୋତ୍ତମ ନାୟକ, ଉପ ସଭପତି ଧନେଶ୍ଵର ନାୟକ, ସମ୍ପାଦକ ଶରତ କୁମାର ମହାନ୍ତି, ସହ ସମ୍ପାଦକ ହୃଷୀକେଶ ସ୍ୱାଇଁ ଓ ଶ୍ରୀକାନ୍ତ କୁମାର ଷଡ଼ଙ୍ଗୀ, ସଂଗଠନ ଅନନ୍ତ ରାଉତରାୟ, କୋଷାଧ୍ୟକ୍ଷ ଶ୍ରୀ ନିକୁଞ୍ଜ କୁମାର ସାହୁ ସହଯୋଗୀ ଆର୍ତ୍ତତ୍ରାଣ ନାୟକ, ମହିଳା ପ୍ରମୁଖ ସ୍ୱର୍ଣାଲତା ଆଇଚ ସହଯୋଗୀ ଉନ୍ଦୁମତି ଗିରି , ପ୍ରମୁଖଙ୍କ ସହ ପରିଚାଳନା କମିଟି ସଭ୍ୟ ରୂପେ ଶ୍ରୀକାନ୍ତ ବେହେରା, ଯୋଗେନ୍ଦ୍ର ବେହେରା , ଭଗବାନ୍ କୁମହାନ୍ତି, ଅନିତା ଜେନା, ଦୀପକ ମହାପାତ୍ର, ନାରାୟଣ ମହାନ୍ତି, ମିହିର କୁମାର୍ ଲେଙ୍କା, ବୈଷ୍ଣବ ଚରଣ ମହାନ୍ତି, ପ୍ରଫୁଲ୍ଲ ତ୍ରିପାଠୀ, ନିହାର ନାୟକ, ଧରଣୀଧର ବେହେରା, ମାନସ ବାବା, ଶ୍ରମିଷ୍ଠା ଖିଲାର , ତୁଷାରକାନ୍ତି ସ୍ୱାଇଁ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ରାଜ୍ୟସମିତି କୁ ଶ୍ରୀ ନବକିଶୋର ବିଶ୍ଵାଳ ଓ ଦୟାନିଧି ସାହୁ, ପାର୍ବତୀ ରାଉତରାୟ ମନୋନୀତ ହୋଇଛନ୍ତି। ଆଗାମୀ ବର୍ଷରେ ସାରା ଜିଲ୍ଲାରେ ଶହେଟି ଗ୍ରାମରେ ପିତୃଷ୍ରଦ୍ଧ, ପୁତ୍ର ଜନ୍ମଦିନ ଗୃହ ପ୍ରତିଷ୍ଠା ଅବସର ରେ ଘରେ ଘରେ ଗୀତ ପରାୟଣ, ଆଲୋଚନା ପ୍ରତିଯୋଗିତା କରାଇବକୁ ସ୍ଥିର କରାଯାଇଛି ସମ୍ମିଳନୀ ରେ ଗୀତା କୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ଓ ଗୀତା କୁ ରାଷ୍ଟ୍ର ଧର୍ମ ଗ୍ରନ୍ଥର ମାନ୍ୟତା ଦେବାକୁ ଦାବି କରାଗଲା ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button