Religion

ଜଗନ୍ନାଥ ସଚେତନତା ରଥ ପରିକ୍ରମା

ହରଭଙ୍ଗା 28/12/23 ()2024 ଘୋଷ ଯାତ୍ରା ର ପ୍ରଥମ ପର୍ଯ୍ୟାୟ ର କାର୍ଯ୍ୟକ୍ରମ ହେଉଛି ରଥ କାଠ ସଂଗ୍ରହ । ଏଥି ପାଇଁ ଧଉରା, ଆସନ, ଫାଶି, ଗଚ୍ଛ ଆବଶ୍ୟକ ହୋଇଥାଏ। ଏହି ଗଛ କଟା ଅନୁକୂଳ ପୂର୍ବରୁ ପ୍ରଥମେ ବାଦମୂଳ ସ୍ଥିତ ମାଆ ବଡ ରାଉଳ ଙ୍କ ନିକଟ ରେ ପ୍ରଥମ ବୈଦିକ ନୀତି ଅନୁସାରେ ଜଗନ୍ନାଥ ଙ୍କ ଲାଗୀ ମାଳ ଆସି ପହଞ୍ଚିଲା ପରେ ପୂଜା ନୀତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିଥି ବାର ନକ୍ଷତ୍ର ଅନୁଯାଇ ଗଣନା ବିଧି ଦ୍ବାରା ଦେବୀ ଙ୍କ ପୂଜା କରାଯାଏ ।ଦେବୀ ଙ୍କ ନିକଟରେ ବଳି ଭୋଜା ପୂଜା ନୀତି କାର୍ଯ୍ୟକ୍ରମ ଆସନ୍ତା ଜାନୁୟାରୀ 2 ତାରିଖ ମଙ୍ଗଳ ବାର ରେ ଅନୁଷ୍ଠିତ ହେବା ପାଇଁ ସଚେତନତା ନିମନ୍ତେ ଏକ୍ ଜଗନ୍ନାଥ ଚେତନା ରଥ ଗଣିଆ ବ୍ଲକ ରେ ପରିକ୍ରମା କରୁଛି ଏହି ରଥକୁ ବିଭିନ୍ ଗ୍ରାମ ତରଫରୁ ସ୍ୱାଗତ୍ କରାଯାଉଚି । ଏହି ଅବସରରେ ସନ୍ଥ ସେବକ ଭକ୍ତ ପ୍ରଭୂଜୀ ଲଳିତ

ନାରାୟଣ ଦାସ ଙ୍କ ନେତୃତ୍ବ ରେ ଉକ୍ତ ରଥଟି ଗତକାଲି ଆଡ଼େଣିଗଡ଼ ପଂଚାୟତ ର ବିଭିନ୍ନ ଗ୍ରାମ ବୁଲିଥିଲା । ରଥ ସହିତ ଗ୍ରାମ ର ସବୁ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେବା ସହ ଗ୍ରାମ ର ସନିଆ ବେହେରା, ଉତ୍ତର ନାୟକ, ରାଜେନ୍ଦ୍ର ନାୟକ, କୃଷ୍ଣା ନାୟକ, ଲଖିନ୍ଦ୍ର ନାୟକ ଦାଶରଥି ବେହେରା, ଓ ବହୁ ସଂଖ୍ୟକ ପୁରୁଷ ମହିଳା ଯୋଗ ଦେଇ ରଥ ସହିତ ମିଶି ଗ୍ରାମ କୁ ଗ୍ରାମ ପରିକ୍ରମା କରିଥଲେ।

ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button