Education
ନବୀନ ଓଡ଼ିଶା ମୋ ଓଡିଶା କାର୍ଯ୍ୟକ୍ରମ ଉଦଯାପନୀ ରେ ଯୋଗଦେଲେ ଅଭିନେତା ଆକାଶ ଦାସ ନାୟକ ।


ଯାଜପୁର ଜିଲ୍ଲା ଛତିଆ ସ୍ଥିତ ମହାପୁରୁଷ ହାଡ଼ି ଦାସ ମହାବିଦ୍ୟାଳୟ ର ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ମୋ କଲେଜ୍ ଅଭିଯାନର ଅଧକ୍ଷ ତଥା ଚଳଚ୍ଚିତ୍ର ଅଭିନେତା ଓ ରାଜନେତା ଆକାଶ ଦାସ ନାୟକ ଯୋଗ ଦେଇ ଥିଲେ।
ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥିଭାବେ ଡଃ କେଦାର ନାଥ ଦାସ , ଜିଲ୍ଲା ପରିଷଦ ସଦସ୍ୟ ଜଚିନ୍ଦ୍ର ନାୟକ ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମ ରେ କଲେଜ୍ ଅଧକ୍ଷ ବଳରାମ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପିକା ଡଃ ଚନ୍ଦ୍ରକଳା ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଥିବା ବେଳେ, ମୁଖ୍ୟ ଅତିଥି ଙ୍କ କରକମଳରେ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରି ଥିଲେ। କୃତି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




