ମିଶନ ଶକ୍ତି ପରାମର୍ଶଦାତାଙ୍କ ଦିନିକିଆ କଣ୍ଟାମାଳ ବ୍ଳକ ପରିଦର୍ଶନ


କଣ୍ଟାମାଳ, ୨୮/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକକୁ ରାଜ୍ୟ ମିଶନ ଶକ୍ତିର ପରାମର୍ଶଦାତା ତା: ଲୋପାମୂଦ୍ରା ବକ୍ସିପାତ୍ରଙ୍କ ଏକ ଦିନିକିଆ ପରିଦର୍ଶନରେ ଆସିଛନ୍ତି। ତାଙ୍କୁ ବ୍ଳକରେ ମିଶନ ଶକ୍ତିର ମହିଳାମାନେ ଭବ୍ୟ ସ୍ଵାଗତ କରି ପାଛୋଟି ନେଇଥିଲେ।ପରେ ବ୍ଳକର ସମ୍ମିଳନୀ କକ୍ଷରେ ମିଶନ ଶକ୍ତି ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲ। ସଭାରେ ଡା: ବକ୍ସିପାତ୍ର ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ରାଜ୍ୟ ସରକାରଙ୍କଦ୍ଵାରା ଘୋଷିତ ୫ ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ମିଳୁଥିବା ୠଣକୁ ଉପଯୁକ୍ତ କାର୍ଯ୍ୟରେ ଲଗାଇ

ଆତ୍ମନିର୍ଭରଶୀଳ ହୋଇ ପରିବାର ବୋଝ ଉଠାଇବାରେ ସହାୟକ ହେବା ଉପରେ ଆଲୋଚନା କରିଥିଲେ।ପରେ ମିଶନ ଶକ୍ତିର କାର୍ଯ୍ୟାଳୟ ପରିଦର୍ଶନ କରି ପଲଶାଗୋରା ପଞ୍ଚାୟତର ଘୁଲୁଘୁଲାପଦର ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ଵାରା ପ୍ରେସ ଖଲିଦନା ପ୍ରସ୍ତୁତକାରୀ ସଂସ୍ଥା ଓ ଛତୁ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ସିଧାସଳଖ ଉଦ୍ୟୋଗକାରୀ ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେଠାରୁ ସିଧାସଳଖ ଗୁଡ଼ଭେଲିପଦର ପଞ୍ଚାୟତ ସ୍ଥିତ ପୂର୍ଣ୍ଣମାସୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ନିର୍ମିତ ତମ୍ବା ଦ୍ଵାରା ନିର୍ମିତ ନାଗ, ଅନ୍ୟାନ୍ୟ ଦେବା ଦେବୀଙ୍କ ମୂର୍ତ୍ତୀ ଦେଖି କାରିଗରୀଙ୍କୁ ପ୍ରଶଂସା କରିଥିଲେ ଓ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ଡା.ବକ୍ସିପାତ୍ରଙ୍କ ଦିନିକିଆ ଗ୍ରସ୍ଥସମୟରେ ୨୪ଗୋଟି ପଞ୍ଚାୟର ସିଆରପି, ଏମବିକେ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ରହିଥିବା ସଂଗେ ସଂଗେ ମିଶନ ଶକ୍ତି କାର୍ଯ୍ୟାଳୟର କର୍ମଚାରୀ, ଡିପିସି ରଶ୍ଳୀରଂଜନ ସେଠୀ, ବିଡିଓ ସାମୀ ଜୟଶ୍ରୀ ରେଡ୍ଡି , ସିଡିପିଓ ଜ୍ୟୋତ୍ସ୍ନା ରାଣୀ ପାଢୀ, ବିପିଏ ଅକ୍ଷୟ ପ୍ରଧାନ, ବିପିସି ବିଶ୍ଵଭୂଷଣ କହଁର,ବିପିଏ ସୁମନ୍ତ ପ୍ରଧାନ, ବିଏଲସି ବିନାୟକ ସେଠୀ ଓ ରାଧାରାଣୀ ନାୟକଙ୍କ ସହିତ ବ୍ଳକ ସ୍ତରୀୟ ମହାସଂଘର ସମସ୍ତ ମହିଳା ଉପସ୍ଥିତ ରହିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




