ଗ୍ରାମବାସୀ ଙ୍କ ଉଦ୍ୟମ ରେ ଅବହେଳିତ ଶକ୍ତିପୀଠରେ ଗୀତା ମହାଯଜ୍ଞ ଆୟୋଜନ


ତିର୍ତ୍ତୋଲ -::ଓଡିଶା ର ମଠ,ମନ୍ଦିର ଓ ଦେବାଦେବୀଙ୍କ ପୀଠର ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା 5T ସରକାରଙ୍କ ନଜର ଅଢୁଆଳରେ ଅବହେଳିତ ହୋଇ ରହିଯାଉଛି ଅନେକ ଦୈବୀ ପୀଠ ! କାହିଁ କେଉଁ ଆବାହମାନ କାଳରୁ ପୁରୁଷ ପୁରୁଷ ଧରି ଜନମାନସରେ ଭକ୍ତି ଭାବନା ସୃଷ୍ଟି କରି ଆସୁଥିବା ଦୈବୀ ପୀଠ ଗୁଡିକ ଅର୍ଥ ଅଭାବରୁ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ସରକାରୀ ସ୍ଥରରେ କୌଣସି ସହାୟତା ମିଳିପାରିନାହିଁ ! ଏଭଳି ପୀଠ ମଧ୍ୟରେ ତିର୍ତ୍ତୋଲ ବ୍ଲକ କୋଷ୍ଠୀମଲ୍ଲିକାପୁର ପଞ୍ଚାୟତର ବାଖରପୁର ଗ୍ରାମର ପ୍ରସିଦ୍ଧ ମା’ଭଗବତୀଙ୍କ ପୀଠସ୍ଥଳୀ ଅନ୍ୟତମ ।ମା’ଭଗବତୀଙ୍କ ଅଲୌକିକ ସ୍ୱପ୍ନାଦେଶ ଯୋଗୁଁ ଗ୍ରାମବାସୀଙ୍କ ସହଯୋଗରେ ଗତ ମାର୍ଗଶିର ମାସ ପଣ୍ଡୁ ପୂର୍ଣ୍ଣମୀ ରୁ

ଦୁଇଦିନ ଧରି ଆୟୋଜିତ ହୋଇଥିଲା ଭାଗବତ ଗୀତା ଯଜ୍ଞ।ନୈଷ୍ଟିକ ଯାଜ୍ଞିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ଯଜ୍ଞାନୁଷ୍ଠାନ କରାଯାଇଥିବା ବେଳେ ଏଥିରେ ବାଖରପୁର ସମେତ ଚିନାପଡା,ଛତ୍ରମଠ, ତରାପୁର, କୋଷ୍ଠୀ ମଲ୍ଲିକାପୁର,ମାଲଣ୍ଡ,ବଗାହୁରା,କୁଟିଲୋ,ଶାଳିଜଙ୍ଗ ଆଦି ଆଖପାଖ ଗ୍ରାମର ହଜାର ହଜାର ଆବାଳ ବୃଦ୍ଧବନିତା ସାମିଲ ହୋଇଥିଲେ।ହୋମଯଜ୍ଞ ସହ ବିଶ୍ୱଶାନ୍ତି ପାଇଁ ଆହୁତି ପ୍ରଦାନ କରାଯାଇଥିଲା।ଏହି ଯଜ୍ଞାନୁଷ୍ଠାନରେ ମୁଖ୍ୟ ଉଦ୍ୟୋକ୍ତା ମାନଙ୍କ ମଧ୍ୟରେ କାହ୍ନୁ ଚରଣ ପଣ୍ଡା, ଗୋପୀନାଥ ପ୍ରଧାନ, ବଟକୃଷ୍ଣ ସେନାପତି, ସମୀର ସାସମଲ, ଅଭିରାମ ବାରିକ, ରାକେଶ ଦାସ, ପବିତ୍ର ପ୍ରଧାନ, ଶିବ ଦାସ, ମୁନା ପଣ୍ଡା, ବିଭୁତି ଦାସ, ସୁଧୀର ସାସମଲ, ସତ୍ୟାନନ୍ଦ ସେନାପତି, ରାଜେଶ ଦାସ, ଅନନ୍ତ ଚରଣ ଦାସ, ଧ୍ୟାନ ରଞ୍ଜନ ନନ୍ଦ, ଚନ୍ଦ୍ରକାନ୍ତ ନନ୍ଦ,ବଙ୍କା ନନା, ପ୍ରମୁଖ ସହଯୋଗ କରିଥିବା ବେଳେ, ଚିତ୍ତ ରଞ୍ଜନ ନନ୍ଦ, ନିତ୍ୟାନନ୍ଦ ଦାସ ଅନୁଷ୍ଠାନ ର କର୍ତ୍ତା ହୋଇଥିଲେ..!ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଟି ସର୍ବଶ୍ରୀ ନାରାୟଣ ନନ୍ଦ, ପଣ୍ଡିତ ଚନ୍ଦ୍ରଶେଖର ରଥ, ନିହାରକାନ୍ତ ପତି, ତାପସ ପଣ୍ଡିତ, ଜ୍ଞାନ ରଞ୍ଜନ ନନ୍ଦ ପ୍ରମୁଖଙ୍କ ପୌରୋହିତ୍ୟରେ ସମ୍ପନ୍ନ ହୋଇଥିଲା।
ବାଖରପୁର ସମେତ ଆଖପାଖ ଦଶଟି ଗ୍ରାମବାସୀଙ୍କ ଆଧ୍ୟାତ୍ମିକତାର ଆସ୍ଥା ବହନ କରୁଥିବା ମା’ଭଗବତୀଙ୍କ ପୀଠର ଉନ୍ନତି ପାଇଁ ସରକାରଙ୍କ ଦୃଷ୍ଟି ପଡୁ ବୋଲି ଗ୍ରାମବାସୀ ମାନେ ଗଣମାଧ୍ୟମ ଜରିଆରେ 5T ସଚିବ ଙ୍କୁ ନିବେଦନ କରିଥିଲେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



