State

ଶ୍ରୀମନ୍ଦିରର ପରିକଳ୍ପିତ ପ୍ରକଳ୍ପ କାର୍ଯ୍ୟ ଲୋକାର୍ପିତ ନିମନ୍ତେ ଗଞ୍ଜାମର ପ୍ରସିଦ୍ଧ ମାଁ ତାରାତାରିଣୀ ପୀଠରେ ପହଞ୍ଚିଲା ନିମନ୍ତ୍ରଣ ।

ଶ୍ରୀମନ୍ଦିରର ପରିକଳ୍ପିତ ପ୍ରକଳ୍ପ କାର୍ଯ୍ୟ ଲୋକାର୍ପିତ ନିମନ୍ତେ ଗଞ୍ଜାମର ପ୍ରସିଦ୍ଧ ମାଁ ତାରାତାରିଣୀ ପୀଠରେ ପହଞ୍ଚିଲା ନିମନ୍ତ୍ରଣ । ଆସନ୍ତା ୨୦୨୪ ମସିହା ଜାନୁୟାରୀ ୧୭ ତାରିଖରେ ଓଡିଶାର ଆରାଧ୍ୟ ଠାକୁର ଶ୍ରୀମନ୍ଦିରର ପରିକଳ୍ପିତ ପ୍ରକଳ୍ପ କାର୍ଯ୍ୟ ଲୋକାର୍ପଣ ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପୁରୀ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଅଛି ।ସେହିପରି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପକ୍ଷରୁ ଦ୍ବିତୀୟ ଦଳରେ ସହକାରୀ ଶ୍ରମ ନିୟୋଜନ ଅଧିକାରୀ, ପୁରୀ ଜିଲ୍ଲା ବିକ୍ରମ କେଶରୀ ପ୍ରଧାନ ଏବଂ ସୋମନାଥ ପ୍ରତିହାରୀ, କଳିଯୁଗ ହରେ କ୍ରିଷ୍ଣା, ନାରାୟଣ ପ୍ରତିହାରୀ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ଟ୍ରଷ୍ଟି ବୋର୍ଡର ସଭାପତି ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ପ୍ରଶାସନିକ ଅଧିକାରୀ ଟି.କେ.ରେଡ୍ଡୀ, ପୂଜକ କମିଟି ସଭାପତି ତପନ ରଣା, ପୂଜକ ବାପୁଜୀ ରଣାଙ୍କୁ ନିମନ୍ତ୍ରଣ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହା ଆଡମ୍ବର ସହକାରେ ଶଙ୍ଖ, ହୁଳହୁଳୀ, ଯୋଡି ଶଙ୍ଖ, ସଂକୀର୍ତ୍ତନ ଦଳ ଉପସ୍ଥିତ ରହି ଶ୍ରୀମନ୍ଦିର ନିମନ୍ତ୍ରଣ ସକାଶେ ଆସିଥିବା ଦଳଙ୍କୁ ସ୍ବାଗତ କରାଯାଇଥିଲା । ପରେ ପରେ ପୂଜକ ଗୋଷ୍ଠି ପୋଲସରା ମାରଦା ମନ୍ଦିରକୁ ନିମନ୍ତ୍ରଣ ସକାଶେ ଗସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ, ଛତ୍ରପୁର ଉପ ଜିଲ୍ଲାପାଳ ଦେବଦତ୍ତ ମାହାନ୍ତ, ଛତ୍ରପୁର ଏନ୍.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ୍ ସଂଗ୍ରାମ ଜିତ୍ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ୍ ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button