State

ପଲସାଗୋରାରେ ଶତାଧିକ ଚାଷୀଙ୍କ ରାସ୍ତା ରୋକ । ବିଭାଗୀୟ ଅଧିକାରୀଙ୍କ ଲିଖିତ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ 

 

 

କଣ୍ଟାମାଳ, ୨୭/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରାଠାରେ ମନମୁଣ୍ଡା-ସିନ୍ଧିଗୋରା ୪୧ନଂ ରାଜ୍ୟ ରାଜପଥକୁ ଧାନବିକ୍ରୀ ସମସ୍ୟା ଯୋଗୁଁ ଶତାଧିକ ଚାଷୀ ଅବରୋଧ କରିଥିଲେ |ସୂଚନା ଅନୁସାରେ ବ୍ଲକର ଲୋକାପଡ଼ା ଓ ରୁଣ୍ଡିମହୁଲ ସେବା ସମବାୟ ସମିତିର ଶତାଧିକ ଚାଷୀ ଖରିପ ଋତୁ ଧାନ ବିକ୍ରୀ କରିବା ପାଇଁ ସରକାରଙ୍କ ନିୟମ ଅନୁସାରେ ପଞ୍ଜିକରଣ କରିଥିଲେ ହେଁ ଧାନ ବିକ୍ରୀ କରିବା ପାଇଁ ଟୋକନ ପାଇନଥିଲେ |ଟୋକନ ନପାଇବାରୁ ଏବିଷୟରେ ଚାଷୀମାନେ ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ନମିଳିବାରୁ ଶେଷରେ ଚାଷୀମାନେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ କରି ବୁଧବାର ଭୋର ସକାଳୁ ପଲସାଗୋରା ହାଇସ୍କୁଲଛକ ଠାରେ ରାସ୍ତାରେ ଧାନବସ୍ତା ପକାଇ ରାସ୍ତାରୋକ କରିଥିଲେ |ପରେ ଲୋକାପଡ଼ା ସେବା ସମବାୟ ସମିତିର ସମ୍ପାଦକ ନିର୍ମଳ ବିଶ୍ବାଳ ଓ କର୍ମଚାରୀ ପହଞ୍ଚି ଶତାଧିକ ଚାଷୀଙ୍କୁ ବୁଝାଇଥିଲେ। ହେଲେ ଚାଷୀମାନେ ବିଭାଗୀୟ ଉଚ୍ଚଅଧିକାରୀ ନ ଆସିବା ପର୍ଯ୍ୟନ୍ତ ରାସ୍ତାରୋକ ସେମିତି ଚାଲୁ ରହିଥିବା କଥା ଶୁଣି ପ୍ୟାକ୍ସ କମିଚାରୀ ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ। ଉକ୍ତ ରାସ୍ତାରୋକରେ ଯୁବନେତା ଓମ ପ୍ରକାଶ ମିଶ୍ର, ମୁନା ମିଶ୍ର, ଚାଷୀ ନେତା ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ରବୀନ୍ଦ୍ର ପ୍ରଧାନ,ଅସୀମ ଅଭିଷେକ ପଣ୍ଡା, ରଞ୍ଜନ ପଣ୍ଡା,ଲୋକାପଡା ଫ୍ୟାକ୍ସ ସଭାପତି ପିତାମ୍ବର ସାହୁ,ଆଦିତ୍ୟ ପ୍ରଧାନ,ମୁନା ସାହୁ, ସଂକେତ ସାହୁ, ପୁରୁଷୋତ୍ତମ ଦଳବେହେରା,ଦିଲ୍ଲୀପ ମହାକୁଡ଼,ନବୀନ ମହାପାତ୍ର, ଗୋପାଳ ପୁରୋହିତ,ଆଲୋକ ଖେତୀ ,ଅଚ୍ୟୁତ ଖମାରୀ,ପ୍ରମୋଦ ପ୍ରଧାନ,ଧନମାଳୀ କର୍ଣ୍ଣ, ଙ୍କ ସହ ବହୁ ଚାଷୀ ପ୍ରତିନିଧିଙ୍କ ନେତୃତ୍ୱରେ ଚାଷୀ ମାନେ ରାସ୍ତାରୋକରେ ସାମିଲ ଥିଲେ |ପରେ ଘଟଣା ସ୍ଥଳରେ ଏଆର ସି ଏସ ହାଡିବନ୍ଧୁ ମହାକୁଡ଼ ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଜାନକୀ ସିଂ ପହଞ୍ଚି ଲିଖିତ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା |ସକାଳ ୬ଟାରୁ ଅପରାହ୍ନ ୧.୩୦ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ, ବସ ଓ ଅନ୍ୟାନ୍ନ ଯାନବାହାନ ଅଟକି ରହିଥିଲା |ପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଚାଷୀ ମାନେ ଆଲୋଚନା କରିବା ସହ ଟୋକନରୁ ବାଦ ପଡ଼ିଥିବା ଚାଷୀ ମାନଙ୍କ ନାମ ପୁନଃ ପଞ୍ଜିକରଣ କରିଥିଲେ |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button