ଶ୍ରୀ ଶ୍ରୀ ସିଦ୍ଧ ବାନାମ୍ବରଙ୍କ ପୀଠରେ ବିରାଟ ରୁଦ୍ର ମହାଯଜ୍ଞର ପୂର୍ଣ୍ଣାହୁତୀ ମହୋତ୍ସବ


ତିର୍ତ୍ତୋଲ –:ଆକସ୍ମିକ ଋତୁଚକ୍ରର ବିବର୍ତ୍ତନ ଯୋଗୁ ସମଗ୍ର ବିଶ୍ୱ ବିଭିନ୍ନ ପ୍ରକାରର ବିଲକ୍ଷଣ ମଧ୍ୟଦେଇ ଗତିକରିବାରେ ଲାଗିଛି ! ପ୍ରତି ମୁହୂର୍ତ୍ତରେ କିଛି ନା କିଛି ସମସ୍ୟା ଜନମାନସରେ ଆତଙ୍କ ସୃଷ୍ଟି କରୁଛି ! ସେଥିପାଇଁ ବିଶ୍ଵଶାନ୍ତି ଉଦ୍ଦେଶ୍ୟରେ ବିଭିନ୍ନ ଦେବଦେବୀଙ୍କ ନିକଟରେ ଯଜ୍ଞମାନ ଆୟୋଜନ କରାଯାଇ ଯଜ୍ଞପୁରୁଷ ଙ୍କୁ ସନ୍ତୁଷ୍ଟ ପୂର୍ବକ ଶାନ୍ତି ନିବେଦନ କରାଯାଇଥାଏ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ର ପ୍ରସିଦ୍ଧ ପାତାଳ ନିବାସୀ ଶ୍ରୀଶ୍ରୀ ସିଦ୍ଧ ବାନାମ୍ବର ମହାରୁଦ୍ରଙ୍କ ପୀଠରେ ମାର୍ଗଶିର ମାସ ବ୍ୟଞ୍ଜନ ଦ୍ୱାଦଶୀ ଠାରୁ _ପଣ୍ଡୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ପଞ୍ଚମ ବାର୍ଷିକ “ବିରାଟରୁଦ୍ର ମହାଯଜ୍ଞ” ର ପୂର୍ଣ୍ଣାହୁତୀ ଅନୁଷ୍ଠିତ_ ହୋଇଯାଇଛି ! ବୈଦିକ ବ୍ରାହ୍ମଣ ଙ୍କ ଦ୍ୱାରା ଯଜ୍ଞ ର ରୀତିନୀତି ଅନୁସାରେ ବେଦ ଧ୍ୱନି ମଧ୍ୟରେ ପୂର୍ଣ୍ଣାହୁତୀ ସମାପନ ହୋଇଯାଇଛି ! କନିମୁଳ, ତାସଙ୍ଗରା ବ୍ରହ୍ମପୁର, କିଲିପାଳ, ନାରୀଜଙ୍ଗ, ଗଈଠିପୁର, ଦାମୋଦର ପାଟଣା, ଦାଇଁଲୋ, ଭଂସର, ମତ୍ତଗଜପୁର, ଲଙ୍କାପଡା, ମିର୍ଜାପୁର ଆଦି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଉକ୍ତ ଯଜ୍ଞ ର ପୂର୍ଣ୍ଣାହୁତୀ କୁ ଦର୍ଶନ କରିଥିବାର ଦେଖାଯାଇଥିଲା !ବିଶ୍ଵଶାନ୍ତି ନିମନ୍ତେ ଆୟୋଜିତ ହେଉଥିବା ଉକ୍ତ ବିରାଟରୁଦ୍ର ମହାଯଜ୍ଞ ର ପ୍ରମୁଖ ଦାୟିତ୍ୱ ବହନ କରିଥିଲେ ବିଜୁ ଦାଶ, ରମାକାନ୍ତ ସାହୁ, ରାଜେଶ କୁମାର ସାହୁ, ପ୍ରଭାକର ତରାଇ, ସଂଗ୍ରାମ ତରାଇ, ନିର୍ମଳ ବାରିକ, ଦେବୀ ପ୍ରସାଦ ଦାଶ, ସମ୍ପଦ ରାଉତ, ଦେବାଶିଷ ଜେନା, ମୁନ୍ନା ସାମଲ ! ଏହି ଯଜ୍ଞ ରେ ରାଜକୀୟ କର୍ତ୍ତା ଥିଲେ ରାଜକିଶୋର ଦାଶ ଓ ତାଙ୍କ ସହଧର୍ମିଣୀ ରଶ୍ମିତା ଦାଶ !ଚତୁର୍ଥ ଦିବସୀ୍ୟ ଉକ୍ତ ବିରାଟରୁଦ୍ର ମହାଯଜ୍ଞ କୁ ଶ୍ରଦ୍ଧାଳୁ ଭକ୍ତମାନେ ସ୍ବେଛାକୃତ ଭାବେ ସାହାଯ୍ୟ ସହଯୋଗ କରିଥିବାର ଯଜ୍ଞ କର୍ତୃପକ୍ଷ ଙ୍କ ଠାରୁ ସୂଚନା ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



