Education

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ନୂଆ ଓ ଯୁବ ଓଡିଶା -ନବୀନ ଓଡିଶା ଉଦଯାପିତ

ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ କ୍ଷେତ୍ର ରେ ନୂଆ ଓ ଯୁବ ଓଡିଶା -ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲୁ ରଖିଥିବା ବେଳେ ବୁଧବାର ଦିନ ବୌଦ୍ଧ ଜିଲ୍ଲା ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ଠାରେ ଏକ ମାସ ରୁ ଉର୍ଦ୍ଧ ଦିନ ଧରି ଚାଲୁ ରହିଥିବା ମୋ ଓ କାର୍ଯ୍ୟକ୍ରମ ର ଉଦଯାପନୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ର ସଭାପତି ରବୀନ୍ଦ୍ର ନାଥ କହଁର, ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରିଣୀଆ, କାର୍ଯ୍ୟକ୍ରମ ର ଜିଲ୍ଲା ନୋଡାଲ ଅଫିସର ଗୀତାଞ୍ଜଳି ମହାପାତ୍ର,ନୋଡାଲ ଅଫିସର ଡ଼ ପ୍ରମୋଦ ମହାପାତ୍ର ଓ ଅନ୍ୟତମ ଅତିଥିଭାବେ ବିଭିନ୍ନ ବିଭାଗ ର ନୋଡାଲ ଅଫିସର ଉପସ୍ଥିତ ରହିଥିଲେ l ଉକ୍ତ ଅବସରରେ ପ୍ରଧମେ ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ନୂତନ ଉନ୍ନତ ମାନର ଶ୍ରେଣୀ ଗୃହ ଶୁଭ ଉଦ୍ଘାଟନକରିଵା ସହିତ ମଞ୍ଚରେ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ ଛାତ୍ର ଛାତ୍ରୀ ଙ୍କ ଲୁକାୟିତ ପ୍ରତିଭାର ବିକାଶ, କ୍ରୀଡା, ସଂସ୍କୃତି, ସାଂସ୍କୃତିକ, ସାମାଜିକ ଉନ୍ନତି ସହିତ ଜିଲ୍ଲା ତଥା ଦେଶ ବିଦେଶ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଗତ ମାସ 22ତାରିଖ ରୁ ଆରମ୍ଭ ହୋଇ 27 ଡିସେମ୍ବର ରେ ଉଦଯାପିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମଂଚାସୀନ ଅତିଥି ଙ୍କ କର କମଳରେ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ମଞ୍ଚ କାର୍ଯ୍ୟକ୍ରମ ପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧପିକା ପୂଜାରାଣୀ ଦେଓ ମଞ୍ଚ ପରିଚାଳନା କରିଥିବା ବେଳେ ଅଧପିକା ସୁଷମା ରାଣୀ ବହିଦାର, ଶୁଭ୍ର ମଲ୍ଲୀକା ପ୍ରଧାନ, ଅଧ୍ୟାପକ ଲଳିତ ମେହେର,ରଞ୍ଜିତ କୁମାର ସାମଲ,ସୁରେଶ୍ୱର ଯୋଶୀ ଙ୍କ ସମେତ ସମସ୍ତ ଅଧକ୍ଷ ଅଧକ୍ଷା ଓ ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ଅଶୋକ କୁମାର ପ୍ରଧାନ, ମଧୁସୂଦନ ବେହେରା ସହଯୋଗ କରିଥିଲେ l

ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button