State

ବୀରନରସିଂହପୁର ଠାରେ ଗୋପାଳନ ତାଲିମ୍ ଶିବିର।

ହରଭଙ୍ଗା,୨୭।୧୨(): ଆଜି ହରଭଙ୍ଗା ବ୍ଲକ୍ ର ବୀରନରସିଂହପୁର ସ୍ଥିତ ଜଙ୍ଗଲ ବିଭାଗ ନର୍ସରୀ ଠାରେ ପ୍ରାଣୀ ପାଳନ ବିଭାଗ ତଥା ଓମଫେଡ ପକ୍ଷରୁ ବୀରନରସିଂହପୁର ଦୁଗ୍ଧ ସମବାୟ ସମିତି ଲିଃ ସହିତ ଅନୁମୋଦିତ ଗୋପାଳକ ଚାଷୀ ମାନଙ୍କର ଏକ ତିନି ଦିନିଆ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି। ଓମ୍ଫେଡ୍ ର ରାଜ୍ୟ ବୈଷୟିକ ଉପଦେଷ୍ଟା ଡ଼ା ଦିଗାମ୍ବର ନାଏକ ଏହି ତାଲିମ୍ ଶିବିର କୁ ଉଦ୍ଘାଟନ

କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓମଫେଡ୍ ର ରାଜ୍ୟ ମାର୍କେଟିଂ ଅଫିସର ଡ଼ା ଆଲୋକ ଅଗ୍ନିବେଶ୍ ଏବଂ ଓମ୍ଫେଡ଼ ଡେପୁଟି ମ୍ୟାନେଜର ଡ଼ା ବିଶ୍ୱଜିତ୍ ସ୍ୱାଇଁ ଏଥିରେ ଯୋଗଦାନ କରି ଓମ୍ଫେଡ କୁ କିପରି ସୁଦୃଢ଼ କରାଯାଇପାରିବ ତଥା ତୃଣମୂଳ ସ୍ତରରେ କିପରି ବିଭିନ୍ନ ଦୁଗ୍ଧ ସମବାୟ ସମିତି କୁ ଲୋକାଭିମୁଖୀ କରାଯାଇପାରିବ ସେ ବିଷୟ ରେ ଆଲୋଚନା କରିଥିଲେ। ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବୀରେନ୍ଦ୍ର କୁମାର ପୃଷ୍ଟି ଗୋପାଳନ ର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ

କରାଇଥିଲେ। ପ୍ରାରମ୍ଭରେ ହରଭଙ୍ଗା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ପ୍ରତିଭା ପାଢ଼ୀ ଚାଷୀମାନଙ୍କୁ ଉତ୍ତମ ଗୋପାଳନ ର ବିଭିନ୍ନ ଭିତ୍ତି ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏହି ସଭାର ଅନ୍ୟତମ ମୁଖ୍ୟ ଅତିଥି ବୌଦ୍ଧ ଜିଲ୍ଲା ଉପଖଣ୍ଡ ର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ତପନ କୁମାର ଦ୍ୱିବେଦୀ ଚାଷୀମାନଙ୍କୁ ଉଦବୋଧନ ଦେଇ କିପରି ଗୋପାଳନ କୁ ଠିକ୍ ଭାବରେ କରି ସେଥିରୁ ଲାଭ ପାଇପାରିବେ ସେ ବିଷୟରେ ବର୍ଣ୍ଣନା କରିଥିଲେ। ହରଭଙ୍ଗା ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ପ୍ରିୟବ୍ରତ ବେହେରା ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଓମ୍ଫେଡ ର ଶ୍ରୀଯୁକ୍ତ ଅମୂଲ୍ୟ ଓଝା ସମସ୍ତ ସହଯୋଗ କରିଥିଲେ। ସମ୍ବଲପୁର ସ୍ଥିତ ସମଲେଶ୍ବରୀ ଆଞ୍ଚଳିକ ଦୁଗ୍ଧ ସଂଘର ଜେନେରାଲ ମ୍ୟାନେଜର ଡ଼ା ସରୋଜ ସାହୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଚାଷୀମାନଙ୍କୁ ଏହି ସମବାୟ ଆନ୍ଦୋଳନ ରେ ଗୋଟିଏ ଗୋଟିଏ ସାରଥୀ ହେବା ପାଇଁ ଉପଦେଶ ଦେଇଥିଲେ।

ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button