କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା ଉଦଯାପିତ


-ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପରିପେକ୍ଷୀରେ ଆଜି ଗଁଦିଆ ସ୍ଥିତ କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏହାର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବିଦ୍ୟାଳୟର ନୋଡାଲ ଅଫିସର ଅଧ୍ୟାପକ ଗୋଲକ ଚନ୍ଦ୍ର ନାୟକ ଙ୍କର ପ୍ରତ୍ୟକ୍ଷ ତତ୍ଵାବଧାନରେ ହୋଇଛି ।ଏଥିରେ ମୁଖ୍ୟତଃ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସଚେତନତା ଉପରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ର ଓ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ଉକ୍ତ ବିଦ୍ୟାଳୟ ପରିସରରେ ଆଜି ଏକ ରଙ୍ଗା ରଙ୍ଗ ପରିବେଶ ମଧ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ବକ୍ତା ଭାବରେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା ପୁହାଣ ସମ୍ନାନୀତ ଅତିଥି ଭାବରେ ଗଁଦିଆ ପଂଚାୟତ ସମିତି ଅଧକ୍ଷା ରୀନାରାଣୀ ଖଟୁଆ ପ୍ରମୁଖ ଯୋଗଦାନ କରିଥିଲେ ।ପ୍ରଥମେ ଅତିଥି ମାନେ ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ବିଦ୍ୟାଳୟ ଅଧକ୍ଷ ବୀରକିଶୋର ଦତ୍ତ ଙ୍କର ସଭାପତିତୁରେ ଅନୁଷ୍ଠିତ ଉତ୍ସବରେ ମଂଚାସୀନ ଅତିଥି ମାନଙ୍କୁ ପ୍ରଥମେ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରାଯାଇ ସ୍ୱାଗତ କରାଯାଇ ଥିଲା ବିଦ୍ୟାଳୟର ପୂର୍ବତନ ଅଧକ୍ଷ ବିଜୟ କୁମାର ପଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଅଧ୍ୟାପକ ଗୋଲକ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିବା ସହିତ ଅତିଥି ମାନଙ୍କ ପରିଚୟ ପତ୍ର ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅନ୍ୟ ଅତିଥି ଶ୍ରୀମତୀ ଖଟୁଆ ଏହି ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀ ମାନଙ୍କର ଲୁକାୟିତ ପ୍ରତିଭାର ପରିସ୍ପୁଟନ ହେବ ବୋଲି ମତ ବ୍ୟକ୍ତ କରିଥିଲେ ମୁଖ୍ୟ ବକ୍ତା ଶ୍ରୀମତୀ ପୁହାଣ ସେଦିନର ଓଡିଶା ଓ ଆଜିର ଓଡିଶା ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ମତବ୍ୟକ୍ତ କରି କହିଥିଲେ ଯେ ସମୟ ଥିଲା । ଏହି ସରକାର ଙ୍କର ଏହି ଯୋଜନା ଫଳରେ ତାହାର ସୁଫଳ ଆଜି ମିଳିପାରୁଛି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାମଲ ନବୀନ ଓଡିଶା କଣ ଓ ରୂପରେଖ କଣ ବୋଲି ବିସ୍ତୃତ ଭାବରେ ବର୍ଣନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କର ଦୃଢ଼ ଶାସନର ପାରଦର୍ଶିତା ପରିପେନ୍ଥି ଅଟେ ଆଜି ଦେଶ ଠାରୁ ଆରମ୍ଭ କରି ସମଗ୍ର ବିଶ୍ୱରେ ଓଡିଶା ବିକାଶ କ୍ଷେତ୍ରରେ ଏକ ନିଜର ସ୍ୱତନ୍ତ୍ରତ୍ରା ସୃଷ୍ଟି କରି ପାରିଛି ଏହାହିଁ ହେଉଛି ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା ବୋଲି ସେ ମତ ପୋଷଣ କରିଥିଲେ ଶେଷରେ ବାଳକ ବିଭାଗରେ ସୁରେଶ ପିଙ୍ଗୁଆ ଓ ବାଳିକା ବିଭାଗରେ ନମିତା ମୁଣ୍ଡା ଚଳିତ ବର୍ଷ ବିଦ୍ୟାଳୟ ଚାମ୍ପିଯାନ ଓ ଲିଟେରାଲୀ ପୂଜାଲି ଦାସ ଙ୍କୁ ଅତିଥି ମାନେ ସମ୍ନାନୀତ କରିଥିଲେ ।ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




