Religion

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଉତ୍ସବ ର ନିମନ୍ତ୍ରଣ ପତ୍ର ପ୍ରଦାନ

ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠାପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ ପତ୍ର ଶ୍ରୀ ଜଗନ୍ନାଥ ଙ୍କ ସେବାୟତ ଶ୍ରୀ ନାରାୟଣ ମହାପାତ୍ର ଏବଂ ଶ୍ରୀ ନରସିଂହ ମହାପାତ୍ର ଓ ପୁରୀ ଜିଲ୍ଲାପ୍ରଶାସନ ଦ୍ୱାରା ନିଯୁକ୍ତ ନୋଡାଲ ଅଫିସର ଶ୍ରୀ ସମ୍ବିତ ଆଚାର୍ଯ୍ୟ ଙ୍କୁ ନେଇ ଗଠିତ ପ୍ରତନିଧି ମଣ୍ଡଳୀଙ୍କ ଦ୍ୱାରା ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି l ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ଜାନୁଆରୀ 17,2024 ରେ ଅନୁଷ୍ଠିତ ହେବ l ଜିଲ୍ଲାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ରମେଶ ଚନ୍ଦ୍ର ସେଠୀ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ଲଳିତ ମୋହନ ବେହେରା ଏହି ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ l ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର,ସଦର ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, କାମକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, S. D. P. O ଶ୍ରୀ ବିଭୂତି ଭୂଷଣ ମହାପାତ୍ର, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଶତପଥୀ, ଜିଲ୍ଲା ସଂସ୍କୃତି ସଙ୍ଘ ସଭାପତି ଶ୍ରୀ ଅବନୀ କୁମାର ମିଶ୍ର, ଜିଲ୍ଲାର ମନ୍ଦିର ମାନଙ୍କର ପ୍ରତିନିଧିଗଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଓ ଜିଲ୍ଲା ପ୍ରଶାସନ ର ଅଧିକାରୀଗଣ ଉପସ୍ଥିତ ରହିଥିଲେ l ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button