Religion

ଜଗତସିଂହପୁର ରେ ଆନନ୍ଦ ଉଲ୍ଲାସରେ ବଡଦିନ ପାଳନ

ଜଗତସିଂହପୁର –: ସମଗ୍ର ବିଶ୍ୱ ଆତ୍ମବିଭୋର ହୋଇଉଠିଥିଲା ବଡଦିନ ଉତ୍ସବରେ !ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଆସିଲେ ଚଳଚଞ୍ଚଳ ହୋଇ ଉଠନ୍ତି ଖ୍ରୀଷ୍ଟ ବିଶ୍ୱାସୀ ପରିବାର ! ବଡଦିନ କୁ ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଦିନ ଭାବେ ବହୁ ଆଡମ୍ବରରେ ପାଳନ କରନ୍ତି !ପ୍ରତି ପରିବାରରେ ତିଆରି ଚାଲେ ନାନାଦି ରକମର ପିଠା ଆଉ ମିଠା !ବିଭିନ୍ନ ପ୍ରକାର କେକ୍ ମଧ୍ୟ ପ୍ରସ୍ତୁତ କରିଥାନ୍ତି ! ଦିନ ତମାମ ଉପାସନା, ଭକ୍ତି ସଂଗୀତ ଗାନ, ଆଧ୍ୟାତ୍ମିକ ଗଳ୍ପ, କବିତା ଆବୃତ୍ତି, ଜ୍ଞାନ ବିଜ୍ଞାନ ପ୍ରତିଯୋଗିତା, ନୃତ୍ୟାଭିନୟ ଆଦି ଆୟୋଜନ କରାଯାଇଥାଏ ! ରାତ୍ରି ସମୟରେ ଆୟୋଜନ ହୁଏ ଆଧ୍ୟାତ୍ମିକ ସଭା ! ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଜୟନ୍ତୀ ଅବସରରେ ପ୍ରାର୍ଥନା ସହିତ କେକ୍ କଟିଙ୍ଗ ହେବା ପରେ ଆଧ୍ୟାତ୍ମିକ ପ୍ରବଚନ କରାଯାଏ ! ଆମନ୍ତ୍ରିତ ଅଭିଜ୍ଞ ଆଚାର୍ଯ୍ୟଙ୍କ ମୁଖରୁ ଈଶ୍ୱର ନିଶ୍ୱସୀତ ବାକ୍ୟ ଶ୍ରବଣ କରି ଆତ୍ମ ତୃପ୍ତି ଲାଭ କରନ୍ତି ଉପସ୍ଥିତ ସଜ୍ଜନ ମଣ୍ଡଳୀ !ଯୀଶୁଖ୍ରୀଷ୍ଟ ଯେ ଜଗତର ପାପଭାର ବହିନେବାକୁ ମାନବ ଶରୀର ନେଇ ଜନ୍ମ ଗ୍ରହଣ କରିଥିଲେ, କୃଶ ଉପରେ ଜୀବନ ଦେଲେ,

କବର ନେଇ ତିନି ଦିନରେ ପୁନଃଜୀବନ ଲାଭକରି ସ୍ୱଶରୀରେ ସ୍ୱର୍ଗ ଗମନ କରିଥିଲେ, ଏହା ଯୀଶୁଙ୍କ ଜୀବନର ସତ୍ୟ କାହାଣୀ ବୋଲି ପବିତ୍ର ଶାସ୍ତ୍ର ବାଇବଲ ବର୍ଣ୍ଣନା କରେ ! ଯାହାକୁ ଆଧାର କରି ଖ୍ରୀଷ୍ଟିୟ ସମାଜ ନିଜର ସଂସ୍କୃତି ସୁରକ୍ଷା କରି ଆସିଛି ! ବଡଦିନର ଶୁଭ ଅବସରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିୟ ଧାରାରେ ଉଲ୍ଲାସ ର ସହିତ ଏହା ପାଳନ କରାଯାଇ ଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button