କଣ୍ଟାମାଳ ବ୍ରାହ୍ମଣ ସମାଜ ପକ୍ଷରୁ ଗୀତା ଜୟନ୍ତୀ


କଣ୍ଟାମାଳ, ୨୪/୧୨ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ରବିବାର ବ୍ଲକ କାର୍ଯ୍ୟାଳୟ ନିକଟ ଶ୍ରୀରାମ ମନ୍ଦିର ଠାରେ ଗୀତା ଜୟନ୍ତୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ସମାଜର ସଭାପତି ରଘୁନାଥ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ସନ୍ତୋଷ କୁମାର ବିଶିଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l କଣ୍ଟାମାଳ ବ୍ରହ୍ମ ସମାଜର ସମସ୍ତ ସଦସ୍ୟ ମାନଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା ଓ ଗୋପାଳ ସହସ୍ର ନାମ ପାଠ କରାଯାଇଥିଲା l ଅନ୍ତଃମୁଖୀ ମହାଯଜ୍ଞରେ ସନ୍ତୋଷ କୁମାର ମହାପାତ୍ର ଓ ପତ୍ନୀ ଶ୍ରୀମତୀ ସନ୍ତୋଷିନୀ ପାଢ଼ୀ ଯଜ୍ଞ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ସେହିପରି ପଣ୍ଡିତ ସନତ କୁମାର ମିଶ୍ର ଭଗବତ ଗୀତା ପାଠ କରିଥିବାବେଳେ ପଣ୍ଡିତ ବାଳକୃଷ୍ଣ ମିଶ୍ର ଯଜ୍ଞ କାର୍ଯ୍ୟରେ ପୂଜାର୍ଚ୍ଚନା କରିଥିଲେ l ବ୍ରାହ୍ମଣ ସମାଜର ସର୍ଵଶ୍ରୀ ବସନ୍ତ କୁମାର ମିଶ୍ର, ସଭାପତି ରଘୁନାଥ ମହାପାତ୍ର,ସମ୍ପାଦକ ସନ୍ତୋଷ କୁମାର ବିଶି, ସନତ ମିଶ୍ର,ଆନନ୍ଦ ଚନ୍ଦ୍ର ପାଢ଼ୀ, ଡାକ୍ତର, ଭାଗ୍ୟ ମିଶ୍ର,ରଘୁନାଥ ପାଣିଗ୍ରାହୀ,ସହଦେଵ ମିଶ୍ର, ସ୍ଵପ୍ନେଶ୍ଵର ପଣ୍ଡl, ଅନନ୍ତ ମିଶ୍ର, ସୁରେନ୍ଦ୍ର କର,ଘନଶ୍ୟାମ ମିଶ୍ର,ପୂର୍ଣ୍ଣ ଚନ୍ଦ୍ର ମିଶ୍ର ସମେତ ବହୁ ମହିଳା ଓ ପୁରୁଷ ବ୍ରାହ୍ମଣ ସମାଜର ସଦସ୍ୟ /ସଦସ୍ୟା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସାମୁହିକ ପ୍ରସାଦ ସେବନ ହୋଇଥିଲା l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



