ଅସୁରଗଡ ମହୋତ୍ସବ ପାଇଁ କମିଟି ଗଠନ। ଆଶିଷ ସାହୁ ସଭାପତି ଓ ସସ୍ମିତା ସେନାପତି ସଂପାଦକ


କଣ୍ଟାମାଳ,୨୫/୧୨ (ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ମନମୁଣ୍ଡା ଖେଳପଡ଼ିଆରେ ଜିଲ୍ଲା ୱେବ୍ ମିଡିଆ ସଂଘର ସଭାପତି ତଥା ଅସୁରଗଡ ମହୋତ୍ସବର ଆବାହକ ଅକ୍ରୁର ବେହେରା ଙ୍କ ସଭାପତିତ୍ଵରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମହୋତ୍ସବ ପାଇଁ ସସସ୍ତ ବିଭାଗର କମିଟି ଗଠନ ପାଇଁ ପ୍ରସ୍ତାବ ହୋଇଥିଲା। ସର୍ବସମ୍ମତି କ୍ରମେ ବିଶିଷ୍ଟ ବ୍ୟବସାୟିକ ତଥା ସମାଜସେବୀ ଆଶିଷ କୁମାର ସାହୁଙ୍କୁ ସଭାପତି, ଉପ-ସଭାପତି ଭାବେ ସ୍ଵାଧୀନ ମେହେର, ସଂପାଦକ କଣ୍ଟାମାଳ ବ୍ଳକ ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ସେନାପତି, ସହ- ସଂପାଦକ ଭାବେ ଗଣେଶ ଲୋଇ ଏବଂ ୱ୍ୱେବ ମିଡ଼ିଆର ସଭାପତି ଅକ୍ରୁର ବେହେରା , ଉପଦେଷ୍ଠାଭାବରେ ବୌଦ୍ଧ

ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନଙ୍କ ସମେତ ପରିଚାଳନା କମିଟି ଚୟନ କରାଯାଇଥିଲା। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ର ପରିଚାଳନା ପାଇଁ ସାମ୍ବାଦିକ ପ୍ରଶାନ୍ତ ପ୍ରଧାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ନବ କମିଟୀ ଗହଣରେ ମହୋତ୍ସବରେ ଲୋକକଳା , କଲାସଂସ୍କୃତି, ମିନା ବଜାର,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକୁ ନିମନ୍ତ୍ରଣ କରାଯାଇ ତିନିଦିନ ଧରି ଉତ୍ସବକୁ ପାଳନ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ଆସନ୍ତା ଜାନୁଆରୀ ମାସ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମହୋତ୍ସବ ପାଳନ କରାଯିବା ନେଇ ଆଲୋଚନା ପରେ ସ୍ଥିର କରାଯାଇଥିଲା। ଉକ୍ତ ବୈଠକରେ ଜିଲ୍ଲା ୱେବ୍ ମିଡଆର ସମସ୍ତ କର୍ମବର୍ତ୍ତାଙ୍କ ସହ ସମାଜସେବୀ ଜାନୀ ସେନାପତି,ଓଲିମୂଲ୍ ଇସଲାମ, ସୋମନାଥ ସାହୁ,ବିଷ୍ଣୁ ମେହେର , ଅଜିତ ମେହେର,କୁନୁ ରାଜହଂସ ,ସଞ୍ଜୟ ନାୟକ, ଆସ୍ତିକ ନାୟକ,ଅଞ୍ଜନ କୁମାର ପଟ୍ଟନାୟକ,ସୁରେନ୍ଦ୍ର ସାହୁ ,ଭରତ ସେନାପତି, ରଞ୍ଜିତ ମଲ୍ଲିକ,ରାମେଶ୍ବର ପାତ୍ର,ଗୋପାଳ ମେହେର ,ଅବୁ ଖାନ,ବିଜୟ ଆଚାର୍ଯ୍ୟ ,ପ୍ରଶାନ୍ତ କୁମାର ପ୍ରଧାନ , ଆଶିଷ ଠାକୁର ,ସଞ୍ଜୟ ବାରିକ ହୃଦାନନ୍ଦ ମେହେର, ରବି ପାଣିଗ୍ରାହୀ ,ସିଦ୍ଧେଶ୍ୱର ଗିରି,ଅଭିମନ୍ୟୁ ନାୟକ ,ହରେକୃଷ୍ଣ ନାୟକ,ପଙ୍କଜ ମେହେର ଓ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତ ରହିଥିଲେ। ସାମ୍ବାଦିକ ପ୍ରଶାନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



