Religion

ଛତିଆ ସତସଙ୍ଗ ଶ୍ରୀମନ୍ଦିର ପରିସର ମଧ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136ତମ ଜନ୍ମ ମହୋତ୍ସବ ତଥା ସତସଙ୍ଗ କେନ୍ଦ୍ର ର 25ତମ ଉଦବୋଧନୀ ସ୍ମୃତି ମହୋତ୍ସବ ମହା ସମାରୋହ ରେ ପାଳିତ

ଆଜି ଛତିଆ ସତସଙ୍ଗ ଶ୍ରୀମନ୍ଦିର ପରିସର ମଧ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136ତମ ଜନ୍ମ ମହୋତ୍ସବ ତଥା ସତସଙ୍ଗ କେନ୍ଦ୍ର ର 25ତମ ଉଦବୋଧନୀ ସ୍ମୃତି ମହୋତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଅଛି, ଉଷା କୀର୍ତ୍ତନ ଉଷା ବିନତି ପରେ ପୂର୍ବାହ୍ନ 8,30ମି ରେ ଶ୍ରୀ ଶ୍ରୀ ଠାକୁର ଙ୍କୁ ସୁସଜିତ ରଥ ରେ ବସାଇ ବଜାର ପରିକ୍ରମା କରାଯାଇଥିଲା, ଅଭିମନୁ ସାମନ୍ତରାୟ କାର୍ତିକ ରାଉତ ଅନନ୍ତ ସାମଲ କାର୍ତିକ ସାହୁ ଶଶୀଭୁଷଣ ପ୍ରଧାନ ହେମନ୍ତ ନାୟକ ଭାଗ୍ୟଧର ବେଜ ଭାଗ୍ୟଧର ସାହୁ ସୁନ୍ଦରାମହରଣା ନବ ଭାଇ ମଳୟ ଭାଇ କାଳନ୍ଦୀ ଭାଇ ରଙ୍କ ଭାଇ ଅକ୍ଷୟ ଭାଇ ଓ ସୁନୀଲ ଭାଇ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ, ପୂର୍ବାହ୍ନ 11ଟାରେ ନବ ନିର୍ମିତ ଅତିଥି ଭବନ ଗେଷ୍ଟ ହାଉସ ର ଶୁଭ ଉଦଘାଟନ କରାଯାଇଥିଲା, ସତସଙ୍ଗ ଦେଓଘର ର ପ୍ରାକ୍ତନ ସମ୍ପାଦକ ଶ୍ରୀଧର ସୁନ୍ଦର ମିଶ୍ର ଏହାକୁ ଉଦଘାଟନ କରିଥିଲେ,11,30ମି ସମୟ ରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, ଚଣ୍ଡିଖୋଲ ସତସଙ୍ଗ ବିହାର ସଭାପତି ସତ୍ୟପୀର ନାୟକ ସତସଙ୍ଗ ପରିଚାଳନା କରିଥିଲେ, ଉତ୍ସବ କମିଟି ର ସଭାପତିସହ ପ୍ରତି ରୀତିକ ବାମନଚରଣ ସାହୁ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ ସତସଙ୍ଗ ରେ କେନ୍ଦ୍ର ସମ୍ପାଦକ ଫକୀର ଚରଣ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ସହ ପ୍ରତି ଋତ୍ଵିକ ରଞ୍ଜନ କୁମାର ମୁଦୁଲି ସ୍ୱାଗତ ଭାଷଣ ଦେଇଥିଲେ, ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭକ୍ତ ଜନ ମାନଙ୍କୁ ଉତ୍ସାହିତ କରାଇଥିଲେ, ପ୍ତାକ୍ତନ ସମ୍ପାଦକ ଶ୍ରୀଯୁକ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନୀ ଉପରେ ଗଭୀର ଆଲୋକପାତ କରିଥିଲେ, କେନ୍ଦ୍ର ର କୋଷାଧକ୍ଷ ସହ ପ୍ରତି ଋତ୍ଵିକ ନାରାୟଣ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ, ସୁନାମଧନ୍ୟ କଣ୍ଠ ଶିଳ୍ପୀ ରବିନାରାୟଣ ଦାଶ ଭକ୍ତି ସଂଗୀତ ଓ କୋରସ ଗାନ କରିଥିବା ବେଳେ ବାପି ଭାଇ କୀର୍ତ୍ତନ ପରିବେଷଣ କରିଥିଲେ, ସନାତନ ଭାଇ ଖାରବେଳ ଭାଇ ରଘୁ ଭାଇ ଉତ୍ତମ ଭାଇ ଦେବ ଭାଇ ଅଜୁ ଭାଇ କପିଳ ଭାଇ ଫକୀର ଭାଇ ବୁଲୁ ଭାଇ ଟୁଲୁ ଭାଇ ଓ ପଣ୍ଡା ଭାଇ ପ୍ରମୁଖ ସହ ଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button