Education

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା କଟକ ର ରଜତ ଜୟନ୍ତୀ ଉଦ୍ ଯାପିତ l ,,,

ରଜତ ଜୟନ୍ତୀ ର ଦ୍ଵିତୀୟ ଦିବସ ତା୨୪-୧୨-୨୩ ର ମଧ୍ୟାହ୍ନ ରେ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଛନ୍ଦ ପ୍ରଧାନ -ବରିଷ୍ଠ ଚର୍ମରୋଗ ବିଶେଷଜ୍ଞ, ସମ୍ମାନୀତ ଅତିଥି ଭାବେ ଶ୍ରୀ ଅକ୍ରୁର ସେଠୀ -ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଶ୍ରୀ ରଞ୍ଜିତ କୁମାର ମୁନୀ -ଥାନା ଭାରପ୍ରାପ୍ତ ଅଧିକାରୀ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ଅଜିତ କୁମାର ସାହୁ -ସସ୍କ୍ରତ ଅଧ୍ୟାପକ, ପଞ୍ଚାୟତ ମହାବିଦ୍ୟାଳୟ,ବୈ।ଦ୍ଧ ଯୋଗଦେଇଥିଲେ । ସମ୍ପାଦକ ଡଃ ପ୍ରମୋଦ କୁମାର ମହାପାତ୍ର ଅତିଥି ପରିଚୟ ସହିତ ସ୍ଵାଗତ ଭାସଣ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମକଦ୍ଦମ ମହାରଣା ସମାରୋହ ବୃତ୍ତ ପଠନ କରିଥିଲେ ଓ ଉପଦେଷ୍ଟା ଶ୍ରୀ ସତ୍ୟାନନ୍ଦ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ଏହି ସଭାରେ ୨୪ ଜଣ ପୂର୍ବ ପରିଚାଳନା ସମିତି ର କାର୍ଯ୍ଯକର୍ତା,୫୦ ଜଣ ପୂର୍ବ ଆଚାର୍ଯ୍ୟ/ଆଚାର୍ଯ୍ୟ। ଓ ୨୦୦ ରୁ ଉର୍ଧ୍ଵ ପୂର୍ବ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । । ଏ‌ ସମସ୍ତ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଠିକ୍ ସେହିପରି ସନ୍ଧ୍ୟା ର ଉଦ୍ ଯାପନୀ ସଭାରେ ସଭାପତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ହରଭଙ୍ଗା ବ୍ଳକ୍ ର ଅଧ୍ୟକ୍ଷା‌ ଶ୍ରୀମତୀ ସ୍ନେହଲତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ବରିଷ୍ଠ ବୈଜ୍ଞାନିକ ଡଃ ସୁଶୀଲ ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ଶ୍ରୀ ଅଶୋକ କୁମାର ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ପ୍ରାଧ୍ୟାପକ ଡଃ ପବିତ୍ର କୁମାର ସୁବୁଦ୍ଧି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓ୍ଵଜସ୍ଵୀନୀ ଅଭିଭାଷଣ‌ ପ୍ରଦାନ କରିଥିଲେ । ସମ୍ପାଦକ ଡଃ ପ୍ରମୋଦ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମକଦ୍ଦମ ମହାରଣା ସମାରୋହ ବୃତ୍ତ ପଠନ କରିଥିଲେ । ଶିଶୁ ଙ୍କ ଦ୍ଵାରା ଅଭିନୀତ ନାଟକ “ବାପା’ ମଞ୍ଚସ୍ଥ ହେବା ସହିତ ଓଡ଼ିଶୀ ଏବଂ ନାନା ସମ୍ବଲପୁରୀ ନୃତ୍ୟ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା ।ଉପଦେଷ୍ଟା ଶ୍ରୀ ମୃତ୍ୟୁ ଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମାରୋହ ରେ ହରଭଙ୍ଗା ବ୍ଳକ୍ ର ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ହରଭଙ୍ଗା ରୁ ଚିତ୍ତରଞ୍ଜନ ସିଂହ, ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button