ବିଦେଶୀ ପକ୍ଷୀ ଙ୍କୁ ଆମନ୍ତ୍ରଣ କରୁଛି ପଦ୍ମତୋଳା ଅଭ୍ୟାରଣ୍ୟ
ନୀଳଜଳରାଶି ସହ ପକ୍ଷୀଙ୍କ କଳରବ ଶବ୍ଦରେ ବିମୋହିତ ପର୍ୟ୍ୟଟକ


ହରଭଙ୍ଗା (ଚିତ୍ତ ରଂଜନ ସିଂ ) ପାହାଡ଼ ର ଚତୁର୍ପାଶ୍ୱ ନୀଳଘନଜଳରାଶି ସହ ନିକାଞ୍ଚନ ଅଞ୍ଚଳ ଏବଂ ସୁଲୁସୁଲିଆ ଥଣ୍ଡା ପଵନ ମଧ୍ୟରେ ଏହି ପ୍ରକୃତି ପରିବେଶ କୁ ଗୋଟିଏ ପରେ ଗୋଟିଏ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବା ଏବଂ ପଦ୍ମତୋଳା ଅଭ୍ୟାରଣ୍ୟ ଭିତରେ ଅନେକ ପ୍ରଜାତିର ପକ୍ଷୀ ଙ୍କ ଆସର ଜମିଥିବା ଦେଖିବାକୁ ମିଳିଛି l ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶୀତଲହରି ଆସି ଯାଇଛି କିନ୍ତୁ ଏବର୍ଷ ଶୀତ ଲହରି ଡେରି ହୋଇଥିବାରୁ ଚଳିତ ବର୍ଷ ପକ୍ଷୀଙ୍କ ପାଇଁ ଆଗମନ ର ବିଳମ୍ବ ହୋଇଥିଲେ ମଧ୍ୟ ଧୀରେ ଧୀରେ ବିଭିନ୍ନ ପ୍ରଜାତିର ପକ୍ଷୀ ଙ୍କ ସୁଅ ଛୁଟୁଛି l ଏପରିକି ଜାନୁୟାରୀମାସ ପ୍ରଥମରୁ ହିଁ ସମସ୍ତ ପ୍ରକାର ବିଦେଶୀ ପକ୍ଷୀଙ୍କ ଆଗମନ ହେବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି l ଏଭଳି ଏକ ପ୍ରକୃତି ପରିବେଶ ସ୍ଥାନ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ଦୁର୍ଗମ ଅଭ୍ୟାରଣ୍ୟ ଅଞ୍ଚଳ ପଦ୍ମତୋଳା l ପରିବେଶ ବିତ ଙ୍କ ମତରେ ବର୍ତମାନ ସମୟ ରେ ବିଦେଶ ରେ ଅତ୍ୟଧିକ ଥଣ୍ଡା ଯୋଗୁଁବିଭିନ୍ନ ସ୍ଥାନ ରେ ତୁଷାର ପାତ ହେବାଯୋଗୁଁ ପକ୍ଷୀଙ୍କ ପାଇଁ ଖାଦ୍ୟ ଶଙ୍କଟ ହେବା ଏବଂ ଭାରତ ବର୍ଷ ରେ ପ୍ରତ୍ୟକ ବର୍ଷ ନଭେମ୍ବର ଶେଷ ଏବଂ ଜାନୁୟାରୀ ପ୍ରଥମ ରୁ ଫେବୃୟାରୀ ପର୍ଯ୍ୟନ୍ତ ପାଗଅନୁକୂଳ ସହ ପକ୍ଷୀଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବାରୁ ଦେଶ ଓ ଦେଶ ବାହାର ପକ୍ଷୀଙ୍କ ଆଗମନ ହୋଇଥାଏ l ଏଠାରେ ପକ୍ଷୀଙ୍କ ପାଇଁ ପ୍ରଚୁର ଖାଦ୍ୟ ସାଙ୍ଗେ ସୁରକ୍ଷିତ ସ୍ଥାନ ହୋଇଥିବାହେତୁ ଗଡ଼ୱାଲ,ପନିଟେଲ, ସାଭାର,ରୁଡିସେଲଡ଼କ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀ ଆସୁଥିବା ଦାୟିତ୍ୱ ରେ ଥିବା ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି l ଅତିଥି ଭଳି ଆସି 2ମାସରୁ ଅଢେଇ ମାସ ରହିଲା ପରେ ମାର୍ଚ୍ଚ ପ୍ରଥମ ବେଳକୁ ବିଦେଶୀ ପକ୍ଷୀଙ୍କ ପୁଣି ପ୍ରତ୍ୟାବର୍ତନ କରିଥାନ୍ତି l ପ୍ରକାଶ ଥାଉକି ବର୍ତମାନ ଏହି ଅଭ୍ୟାରଣ୍ୟ ର ମହାନଦୀ ଜଳରାଶି ରେ ବିଦେଶୀ ପକ୍ଷୀଙ୍କ ଚରବୁଲା ହେବା ସହ ସୁମଧୁର ରାବ ରେ ଅଞ୍ଚଳ ମୁଖରିତ ହେବାସହ ପର୍ୟ୍ୟଟକ ଙ୍କୁ ବେଶ ଆକୃଷ୍ଟ କରିଥାଏ l ପକ୍ଷୀ ଙ୍କ ସୁରକ୍ଷା ନେଇ ଉକ୍ତ ରେଞ୍ଜ ପକ୍ଷରୁ ନିୟମିତ ଭାବେ ଯାଞ୍ଚ କରାଯିବା ଅତ୍ୟାଧୁନିକ କ୍ୟାମେରା ରେ ନଜର ରଖିବା ଏବଂ ନଦୀ ଗର୍ଭ ରେ ମାଛ ମାରିବା ଏସବୁ ବିଭିନ୍ନ କଟକଣା ବିଦେଶୀ ପକ୍ଷୀ ଙ୍କ ସୁରକ୍ଷା ପାଇଁ ରଖାଯାଇଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି l ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




