କୁହୁଡି ଯୋଗୁଁ ଦୁଇ ଦୁଇଟି ଦୁର୍ଘଟଣା । ଘଣ୍ଟାପଡାରେ ଟ୍ରକ ଦୁର୍ଘଟଣା ଓ ଜମ୍ପର ପିଟିଲା ଡମ୍ପରକୁ


କଣ୍ଟାମାଳ,୨୪।୧୨: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଥାନା ଅନ୍ତର୍ଗତ ମନମୁଣ୍ଡା-ସିନ୍ଧିଗୋରୀ ୪୧ନଂ ରାଜ୍ୟ ରାଜପଥର ଘଣ୍ଟାପଡ଼ା ନିକଟ ମଙ୍ଗଳାଛକ ନିକଟରେ ଏକ ଇଚ୍ଚର ଟ୍ରକ ରାସ୍ତା ତଳକୁ ଖସି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି l ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଓ ହେଲପର ସୌଭାଗ୍ୟକ୍ରମେ ରକ୍ଷା ପାଇଯାଇଛନ୍ତି l ସୂଚନାମତେ ଶନିବାର ରାତିରେ ଓଡି ୩୩ ଏଇ ୯୦୦୪ ନମ୍ବର ବିଶିଷ୍ଟ ଏକ ଟ୍ରକ ଖୁଣ୍ଟିଗୋରା ପଟରୁ କଣ୍ଟାମାଳ ଦିଗକୁ ଯାଉଥିଲା l ଘନ କୁହୁଡି ଯୋଗୁଁ ରାସ୍ତା ଦେଖା ନଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି l ଗାଡିଟି ରାସ୍ତା ତଳକୁ ଖସି ଯାଇଥିଲେ ହେଁ ସୌଭାଗ୍ୟକ୍ରମେ ଦୁର୍ଘଟଣାରେ ଟ୍ରକ ଚାଳକ ଓ ହେଲପର ଉଭୟ ରକ୍ଷା ପାଇଯାଇଛନ୍ତି l ସେହିପରି ଉକ୍ତ ସ୍ଥାନରେ ଗୋଟିଏ ଡମ୍ପରକୁ ପଛରୁ ଅନ୍ୟ ଏକ ଡମ୍ପର ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ସୌଭାଗ୍ୟ ବଶତଃ ସମସ୍ତେ ରକ୍ଷା ପାଇଯାଇଛନ୍ତି l ସୂଚନାପ୍ରକାରେ ଚିପ୍ସ ବୋଝେଇ ଦୁଇଟି ଡମ୍ପର ଓଡ଼ି ୦୩ଆର ୩୭୧୧ ଓ ଓଡି୦୩ଆର ୩୮୧୧ କଣ୍ଟାମାଳ ପଟରୁ ଖୁଣ୍ଟିଗୋରା ଦିଗକୁ ଆଗପଛ ହୋଇ ଯାଉଥିଲେ l ପ୍ରାୟ ଭୋର ୪ଟା ସମୟ ଆଗରେ ଯାଉଥିବା ୩୭୧୧ ଡମ୍ପର ଉକ୍ତ ଟ୍ରକକୁ ଦେଖି ହଠାତ ଅଟକିଯିବାରୁ ପଛରେ ଆସୁଥିବା ଡମ୍ପରଟି କୁହୁଡି ସମସ୍ୟା ଯୋଗୁଁ ଧକ୍କା ଦେଇଥିଲା l ଏ ନେଇ ଘଣ୍ଟାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ନେଇ ପ୍ରକାଶ କରିଛନ୍ତି ଥାନାଧିକାରୀ ବଳଭଦ୍ର ଗଣ୍ଡା।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




